ମଧ୍ୟପ୍ରଦେଶରେ ୩.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ, ଭୟରେ ଘରୁ ବାହାରି ଆସିଲେ ଲୋକ

Published By : Prameya-News7 Bureau | October 27, 2020 IST

ଭୋପାଳ ୨୭।୧୦: ମଧ୍ୟପ୍ରଦେଶ ସିଓନି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ । ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ଝଟକା ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ନାଗପୁରରେ ମଧ୍ୟ ଅନୂଭୂତ ହୋଇଥିଲା । ପାଣିପାଗ ବିଭାଗ ଅନୁସାରେ ଭୂକମ୍ପ ଝଟକା ଭୋର ୪ଟା ୧୦ମିନିଟ୍ ରେ ଅନୁଭୂତ ହୋଇଥିଲା । ମଧ୍ୟପ୍ରଦେଶ ସିଓନିରେ ଭୂପୃଷ୍ଠରୁ ୧୫ କି.ମି. ଗଭୀରରେ ଭୂକମ୍ପ କେନ୍ଦ୍ରସ୍ଥଳ । ଭୂକମ୍ପ ଫଳରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୋପାଳ କେନ୍ଦ୍ରର ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଭୂକମ୍ପ ସକାଳ ୪ଟା ୧୦ମିନିଟ୍ ରେ ଅନୁଭୂତ ହୋଇଥିଲା । ସିଓନିର ୧୫ କି.ମି. ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରହିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ସିଓନିର ଡୁଣ୍ଡା ଏବଂ ଅନ୍ୟ ଅଞ୍ଚଳରେ ଭୋରରୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାପରେ କିଛି ଲୋକ ଘରୁ ବାହାରି ଆସିଥିଲେ । ଆଇଏମଡି ନାଗପୁରର ଜଣେ ଅଧିକାରୀ କହିଛନ୍ତି ଯେ, ସିଓନିରୁ ପ୍ରାୟ ୯୬ କି.ମି. ଦୂର ନାଗପୁରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.