Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଉପରେ ଭାରତର ଆଟାକ୍ ହେଲା ଆହୁରି ଜୋରଦାର, ସପ୍ତାହରେ ୩.୩ କୋଟି ଲୋକଙ୍କ ହେଲା ଟିକାକରଣ

26/06/2021 at 5:25 PM

ନୂଆଦିଲ୍ଲୀ ୨୬।୦୬:  ଦେଶରେ କରୋନାର ଦ୍ଵିତୀୟ ଲହର ତାଣ୍ଡବ ମଚାଇଥିବା ବେଳେ ଏହାର ପ୍ରକୋପ ସଂପୂର୍ଣ୍ଣ ନଥମୁଣୁ ତୃତୀୟ ଲହରର ଆଶଙ୍କା ବଢିବାରେ ଲାଗିଛି। ହେଲେ କରୋନା ଦ୍ୱିତୀୟ ଲହରରେ ଶିକ୍ଷା ନେଇଥିବା ଭାରତ ସଂପ୍ରତି ଦେଶରେ ଟିକାକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଆଗେଇ ନେଉଛି। ଆଗକୁ ତୃତୀୟ ଲହର ଯେପରି ତାଣ୍ଡବ ନ ରଚେ ସେଥିପାଇଁ ବୁଲେଟ୍ ବେଗର କରାଉଛି ଟିକାକରଣ। ଅନ୍ତର୍ଜାତୀୟ ଯୋଗ ଦିବସରୁ ଦେଶରେ ଦ୍ରୁତ ଟିକାରଣ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ଟିକାଦାନ ହୋଇଛି।

ଚଳିତ ସପ୍ତାହରେ ଦେଶରେ ପ୍ରାୟ ସାଢ଼େ ୩ କୋଟି ଲୋକଙ୍କର ଟିକାକରଣ କରି ରେକର୍ଡ କରିଛି ଭାରତ। ଦେଶରେ ଜୁନ ୨୧ ତାରିଖ ଏହି ଗୋଟିଏ ଦିନରେ ପ୍ରାୟ ୮୦ ଲକ୍ଷ ଟିକାକରଣ ହୋଇଥିଲା। ଯାହା ସ୍ୱିଜରଲ୍ୟାଣ୍ଡ ଜନ ସଂଖ୍ୟା ସହିତ ପ୍ରାୟ ସମାନ ହେବ। ଏହାପରେ ପ୍ରଧାନମନ୍ତ୍ରୀ ସାରା ଦେଶକୁ ଧନ୍ୟବାଦ ଜଣାଇଥିଲେ।   

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ସୂଚନା ଅନୁସାରେ, ଜୁନ ୨୧ ରୁ ଜୁନ ୨୬ ମଧ୍ୟରେ ଦେଶରେ ୩.୩ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରାଯାଇଛି। ଏହା ପୂର୍ବରୁ ପ୍ରଥମ ଟିକାକରଣ ସପ୍ତାହ ଏପ୍ରିଲ ୩ରୁ ଏପ୍ରିଲ ୯  ମଧ୍ୟରେ ୨.୪୭ କୋଟି ଟିକାଦାନ କରାଯାଇଥିଲା।

ଟିକାଦାନରେ ଆଗରେ ରହିଛି ମହାରାଷ୍ଟ୍ର। ଶୁକ୍ରବାର ୩ କୋଟିରୁ ଅଧିକ ଲୋକଙ୍କୁ ଟିକା ଦେଇ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହା ପଛକୁ ଉତ୍ତପ୍ରଦେଶ, କର୍ଣ୍ଣାଟକା, ଗୁଜରାତ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମଧ୍ୟ ଟିକାକରଣର ସଂଖ୍ୟା ଦୁଇ କୋଟିରୁ ତିନି କୋଟି ମଧ୍ୟରେ ରହିଛି।

ଦେଶରେ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବାକୁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଯୋଗ ଦିବସରୁ ଦ୍ରୁତ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ। ଏହାଦ୍ୱାରା ରାଜ୍ୟଗୁଡ଼ିକରେ ମେଗା ଟିକାକରଣ ଶିବିର ଲଗାଇ ଟିକାଦାନ କରାଗଲା। ଜୁନ ୨୧ ତାରିଖରେ ଦୈନିକ ଟିକାଦାନ ସଂଖ୍ୟା ୮୦ ଲକ୍ଷ ପାର୍‌ ହୋଇ ରେକର୍ଡ କରିଥିବା ବେଳେ ଏହାପରେ ଦୈନିକ ଟିକାଦାନ ସଂଖ୍ୟା ୬୦ ଲକ୍ଷକୁ ଖସିଆସିଥିଲା। ହେଲେ ତଥାପି ବି ସପ୍ତାହରେ ରେକର୍ଡ ସଂଖ୍ୟକ ଟିକାଦାନ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts