ନୋଏଡାରେ ଭୂକମ୍ପ ଝଟ୍‌କା, ବର୍ଷକରେ ୧୦ଥର ଥରିଲାଣି ଦିଲ୍ଲୀ-ଏନ୍‌ସିଆର୍

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ ୪।୬: ଦିଲ୍ଲୀ ନିକଟ ନୋଏଡାରେ ବୁଧବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ ୩.୨ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପୂର୍ବ ନୋଏଡାଠାରେ ରହିଥିଲା । ସପ୍ତାହ ମଧ୍ୟରେ ଏହା ଦ୍ବିତୀୟ ଭୂକମ୍ପ ଝଟକା ଥିଲା ଯାହା ନୋଏଡାରେ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ମେ’ ୨୯ରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ନୋଏଡା ସହିତ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଗତ କିଛି ମାସ ମଧ୍ୟରେ ଅନେକ ଭୂକମ୍ପ ଅନୁଭୂତ ହୋଇଛି । ଗତ ଦୁଇ ମାସ କଥା ଦେଖିବାକୁ ଗଲେ ଦିଲ୍ଲୀ-ଏନସିଆରରେ ୭ ଥର ଭୂକମ୍ପ ଅନୁଭୂତ ହୋଇଛି । ଅବଶ୍ୟ କମ୍ ତୀବ୍ରତା ହେତୁ କୌଣସି କ୍ଷତି ହୋଇନାହିଁ ।

ବାସ୍ତବରେ ଭୂକମ୍ପକୁ ମାପିବା ପାଇଁ ଭାରତକୁ ଜୋନ୍ ୨, ଜୋନ୍ ୩, ଜୋନ୍ ୪ ଏବଂ ଜୋନ୍ ୫ରେ ବିଭକ୍ତ କରାଯାଇଛି । ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ଜୋନ୍ ୪ରେ ପଡୁଛି । ଏହା ହେଉଛି ସେହି ଜୋନ୍ ଯେଉଁଠାରେ ୭.୯ ତୀବ୍ରତାର ଭୂକମ୍ପ ହୋଇପାରେ । ଅନେକ ରିପୋର୍ଟରୁ ଜଣାପଡିଛି ଯେ, ଭୂକମ୍ପ ଦୃଷ୍ଟିରୁ ଦିଲ୍ଲୀ ଏକ ସମ୍ବେଦନଶୀଳ ଅଞ୍ଚଳ । ଭୂକମ୍ପ ଦୃଷ୍ଟିରୁ ଦିଲ୍ଲୀ ସମ୍ବେଦନଶୀଳ ଅଞ୍ଚଳ । ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀ-ଏନସିଆରରେ ୧୦ଥର ଭୂକମ୍ପ ଅନୁଭୂତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.