Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

୨ ବର୍ଷର ବାଳକ ତୈମୁର୍‌ ଅଲ୍ଲୀ ଖାନ ସାଇନ୍ କଲେ ପ୍ରଥମ ଫିଲ୍ମ, ଡେବ୍ୟୁ ପାଇଁ କେତେ କୋ ଟି ନେବେ ଜାଣନ୍ତୁ

4/04/2019 at 12:18 PM

ମୁମ୍ବାଇ୪|୪: ବଲିଉଡର ଚର୍ଚ୍ଚିତ ଦମ୍ପତ୍ତି ସୈଫ୍‌ ଅଲ୍ଲୀ ଖାନ୍‌ ଓ ବେବୋ କରୀନା କପୁର ଖାନ୍‌ଙ୍କ ୨ ବର୍ଷର ପୁଅ ତୈମୁର୍‌ ଅଲ୍ଲୀ ଖାନ୍‌ ହିନ୍ଦି ସିନେମା ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବଲିଉଡର ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରେ ତୈମୁର୍‌ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ତୈମୁର ନବାବଯାଦେ ତାଙ୍କ ଜନ୍ମରୁ ହିଁ ଚର୍ଚ୍ଚାରେ ରହିଆସିଛନ୍ତି । ଏମିତି କୌଣସି ଦିନ କଟୁନଥିବ ଯେଉଁଦିନ ତୈମୁରଙ୍କ ବିଷୟରେ କିଛି ଖବର ନଥିବ। ପ୍ରଥମ ଦିନରୁ ତୈମୁରଙ୍କ କ୍ରେଜ ଲୋକଙ୍କ ମଧ୍ୟରେ ଥିଲା।

ଏହି କାରଣରୁ ଗତ କିଛି ଦିନ ତଳେ ତୈମୁରଙ୍କ ନାଆଁରେ ଏକ କଣ୍ଢେଇ ଓ କୁକିଜ୍‌ ବଜାରକୁ ଆସିବ ବୋଲି ଖବର ଆସିଥିଲା। ଏବେ ତୈମୁର ଅଲ୍ଲୀ ଖାନ୍‌ ବଲିଉଡରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ତୈମୁର ଅଲ୍ଲୀ ଖାନ ବଲିଉଡରେ ତାଙ୍କ ପ୍ରଥମ ଫିଲ୍ମ ସାଇନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମା କରିନାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଡେବ୍ୟୁ କରିବେ ଷ୍ଟାର୍‌ କିଡ୍‌ ତୈମୁର। ‘ଗୁଡ୍‌ ନ୍ୟୁଜ୍‌’ ଚଳଚ୍ଚିତ୍ରରେ କରିନା କପୁର ଖାନ୍‌, ଅକ୍ଷୟ କୁମାର, ଦିଲଜିତ୍‌ ଦୋସାନ୍‌ଝ ଓ କିଆରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବୋ।

ସିନେମାରେ ଅକ୍ଷୟ କୁମାର ଓ କରୀନା କପୁରଙ୍କ ପୁଅ ଭୂମିକାରେ ଅଭିନୟ କରିବେ ତୈମୁର। ଏହି ଫିଲ୍ମରେ ୧୦ ମିନଟ୍‌ର ଅବିନୟ ପାଇଁ ୨ କୋଟି ଟଙ୍କା ନେବେ ତୈମୁର। ଯେତେବେଳେ ଫିଲ୍ମ ପାଇଁ ଜଣେ ଛୋଟ ପିଲାର ରୋଲ ଲାଗି ଶିଶୁ କଳାକାର ଖୋଜାଯାଉଥିଲା କରିନା ତାଙ୍କ ପୁଅ ବିଷୟରେ ପରାମର୍ଶ ଦେଇଥିଲେ। ସେ ନିର୍ଦ୍ଦେଶକ କରନ ଜୋହରଙ୍କୁ କହିଥିଲେ ଯେ ତାଙ୍କ ନିଜ ପୁଅ ଥାଉ ଥାଉ ଆଉ କାହାକୁ ଖୋଜିବା ଆବଶ୍ୟକ ନାହିଁ।

ତୈମୁର ଫିଲ୍ମରେ ଅଭିନୟ କରିଲେ ଫିଲ୍ମକୁ ବେଶ ଫାଇଦା ହେବ ବୋଲି ବେବୋ କହିଥିଲେ। ଏହା ସହ ତୈମୁର ପିଲାବେଳୁ କ୍ୟାମେରାକୁ ଫେସ କରୁଛନ୍ତି ତେଣୁ ସେ କ୍ୟାମେରା ସହ ଖୁବ ଫ୍ରେଣ୍ଡଲି। ଏହି ବିଷୟରେ ଶୁଣି କରନ ଜୋହର ମଧ୍ୟ ତୁରନ୍ତ ହଁ କରିଥିଲେ।  ରିପୋର୍ଟ ଅନୁସାରେ ଚଳିତ ବର୍ଷ ସେପଟେମ୍ବର ମାସ ଏହି ଫିଲ୍ମ ମୁକ୍ତିଲାଭ କରିବ।  

   Related Posts