ପାକିସ୍ତାନର ଦୁଇ ହଜାର ବର୍ଷ ପୁରୁଣା ହିନ୍ଦୁ ମନ୍ଦିର : ଯେଉଁଠାରେ ମୁସଲିମ୍ ମଧ୍ୟ ମୁଣ୍ଡ ନୁଆଁଇଥାଆନ୍ତି

Published By : Prameya-News7 Bureau | March 03, 2019 IST

ଭାରତର ସଂସ୍କୃତିକୁ ବିଶ୍ବର ସବୁଠୁ ପ୍ରାଚୀନ ସଂସ୍କୃତି ଭାବେ ଜଣା ଯାଏ। ପାକିସ୍ତାନ ପୂର୍ବରୁ ଭାରତର ଏକ ଅଂଶବିଶେଷ ଥିଲା। କିନ୍ତୁ ସ୍ବାଧୀନତାବେଳେ ପାକିସ୍ତାନ ଅଲଗା ହୋଇଯାଇଥିଲା। ଯେଉଁଥିପାଇଁ ପାକିସ୍ତାନରେ ଅନେକ ଗୁଡ଼ିଏ ହିନ୍ଦୁ ମନ୍ଦିର ରହିଛି।

{"id":90298,"width":595,"height":334}


ପାକିସ୍ତାନ ଏକ ମୁସଲିମ୍ ବହୁଳ ଦେଶ। ଏଠାରେ ହିନ୍ଦୁ ମନ୍ଦିରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। କିନ୍ତୁ ଆଜି ଆମେ ଏକ ମନ୍ଦିର ବିଷୟରେ ଜାଣିବା ଯାହା ୨ହଜାର ବର୍ଷ ପୁରୁଣା। କିନ୍ତୁ ଏହାର ବିଶେଷତ୍ବ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

{"id":90299,"width":594,"height":356}


ଏହି ମନ୍ଦିର ହେଉଛି ବେଲୁଚିସ୍ତାନର ହିଙ୍ଗଲାଜ ମନ୍ଦିର। ଏହି ମନ୍ଦିରକୁ ନେଇ ବିଶ୍ବାସ ରହିଛି ଯେ ଯେବେ ବିଷ୍ଣୁ ଭଗବାନ ମାତା ସତୀଙ୍କ ମୁଣ୍ଡ କାଟିଥିଲେ ଚକ୍ରରେ ମୁଣ୍ଡ କଟି ଯେଉଁଠି ପଡ଼ିଥିଲା ସେଠାରେ ହିଙ୍ଗୁଳ ନଦୀ ଥିଲା। ଏହି ସ୍ଥାନ ୫୧ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ।

{"id":90300,"width":596,"height":294}


ଏଠାରେ ସବୁବେଳେ ଲୋକଙ୍କ ଭିଡ଼ ଥାଏ। କୁହାଯାଏ ଏହି ମନ୍ଦିରରେ ବିଭିନ୍ନ ଚମତ୍କାର ହୋଇଥାଏ। ଏଠାରେ ହଜାର ହଜାର ଲୋକ ମୁଣ୍ଡ ନୁଆଁଇଥାଆନ୍ତି। ଏଠାରେ ମୁସଲିମ୍ ଲୋକ ମଧ୍ୟ ଆସି ମୁଣ୍ଡ ନୁଆଁଇଥାଆନ୍ତି।

{"id":90302,"width":594,"height":389}


କୁହାଯାଏ ଏହି ମନ୍ଦିରକୁ ବହୁବାର ପୁରୁଣା ମୁସଲିମ ଶାସକ ଧ୍ବଂସ କରିଥିଲେ। କିନ୍ତୁ ଏହାକୁ ପୁନର୍ବାର ନିର୍ମାଣ କରାଯାଇଥିଲା। ଏହା ଆଜି ମଧ୍ୟ ରହିଛି। ଏଠାରେ ମାଆଙ୍କ ଦୀପ ସବୁବେଳେ ଜଳୁଥାଏ।

{"id":90303,"width":595,"height":446}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.