ସୀମା ଟପିଗଲା ବର୍ବରତା : ଆଖି ତାଡ଼ି ୨ଭଉଣୀଙ୍କ ଶବକୁ ପୋଖରୀରେ ଫିଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | November 17, 2020 IST

ଫତେହପୁର ୧୭/୧୧: ଉତ୍ତରପ୍ରଦେଶର ଫତେହପୁରରେ ଡବଲ୍ ମର୍ଡ଼ର ଘଟଣାରେ ଏଠାରେ ହଇଚଇ ସୃଷ୍ଟି ହୋଇଛି।୨ଦଳିତ ଭଉଣୀଙ୍କ ମୃତଦେହ ବିଳମ୍ବିତ ରାତିରେ ପୋଖରୀରୁ ମିଳିଥିଲା। ଘଟଣାର ସୂଚନା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ୨ଜଣଙ୍କ ମୃତଦେହକୁ ତୁରନ୍ତ ପୋଖରୀରୁ ବାହାର କରିବା ପରେ ଶବାଗୃହକୁ ନେଇ ଯାଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ଦୁଇ ଭଉଣୀଙ୍କ ହାତ ନଡ଼ାରେ ବନ୍ଧା ହୋଇଥିଲା। ମୁଣ୍ଡ ଏବଂ କାନରେ କୌଣସି ଧାରୁଆ ଅସ୍ତ୍ରର କ୍ଷତ ଥିଲା। କେବଳ ଏତିକି ନୁହେଁ ୨ ନାବାଳିକାଙ୍କ ଗୋଟିଏ-ଗୋଟିଏ ଆଖି ମଧ୍ୟ କଣା ଥିଲା। ଏପରି କ୍ଷେତ୍ରରେ ପରିବାର ଲୋକେ ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା କରିଥିଲେ।

ଘଟଣାଟି ଘଟିଛି ଅସୋଥର ଅଞ୍ଚଳରେ। ମାମଲାର ସୂଚନା ମିଳିବା ପରେ ପୋଲିସ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ମୃତକଙ୍କ ଦାଦା ମୃତଦେହ ଦେଖିବା ପରେ ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା କରିଥିଲେ।               

ପରିବାର ଲୋକଙ୍କ କହିବା ଅନୁସାରେ ୨ଭଉଣୀ ଚଣା ଶାଗ କାଟିବା ପାଇଁ ଚାଷ ଜମିକୁ ଯାଇଥିଲେ। ସେମାନେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତିରେ ଉଭୟଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.