ଫେବୃଆରୀ ୧୪ରୁ ରାଜ୍ୟରେ ୨ୟ ପର୍ଯ୍ୟାୟ ଟିକାକରଣ, ଏବେ ଯାଏଁ ୧ଲକ୍ଷରୁ ଅଧିକ ନେଇସାରିଛନ୍ତି ଭାକ୍‌ସିନ୍‌

Published By : Prameya-News7 Bureau | January 25, 2021 IST

ଭୁବନେଶ୍ବର ୨୫।୦୧: ଫେବୃଆରୀ ୧୦ ସୁଦ୍ଧା ରାଜ୍ୟରେ ସମସ୍ତ ୩ଲକ୍ଷ ୫୦ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଏନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୬ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୨ୟ ପର୍ଯ୍ୟାୟ ଡୋଜ ଦିଆଯିବ । ଯାହାକି ଫେବୃଆରୀ ୧୪ରେ ଆରମ୍ଭ ହେବାକୁ ଯାଉଛି ।

ଫେବୃଆରୀ ୧୦ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ ଟୀକା ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ  ଡୋଜ କାର୍ଯ୍ୟକ୍ରମ ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ ଲକ୍ଷ ୯୨ ହଜାର ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ଲକ୍ଷ ୫୨ହଜାର ୩୫୧ଜଣଙ୍କୁ ଟିକା ଦିଆଯାଇଛି । ଆଜି ଟିକା ଦାନର ଶେଷ ଦିନ ହୋଇଥିବା ବେଳେ , ଆଜି ଟାର୍ଗେଟ ସମ୍ପୂର୍ଣ୍ଣ ହୋଇ ପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଡ଼ାଟା ବେସ୍‌ ପ୍ରସ୍ତୁତ ହୋଇଛି । ଏହି ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟା ବେସ ପ୍ରସ୍ତୁତ ହେଉଛି । ଆଜି ରାତି ୧୨ ଟା ପରେ ଜଣା ପଡିବ କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.