Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ଶେଷ, ବିଧାନସଭା ପାଇଁ ୨୬୧ ଓ ଲୋକସଭା ପାଇଁ ୩୭ ନାମାଙ୍କନ ପତ୍ର କାଏମ୍

27/03/2019 at 8:15 PM

ଭୁବନେଶ୍ଵର ୨୭/୩- ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ବିଧାନସଭା ପାଇଁ ଦାଖଲ ହୋଇଥିବା ୨୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପରେ ବିଭିନ୍ନ କାରଣରୁ ୩୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଯାଇଛି । ସେହିପରି ଲୋକସଭା ପାଇଁ ଦାଖଲ ହୋଇଥିବା ୪୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପରେ ବିଭିନ୍ନ କାରଣରୁ ୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଛି । ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୧ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି ।

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ରାଜ୍ୟରେ ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୫୨୫୫ ଗୋଟି ଜାମିନବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୦୭/୧୧୬ ଅନୁସାରେ ଆଜି ସୁଦ୍ଧାମୋଟ ୨୭ ହଜାର ୮୧୮ ଜଣଙ୍କୁ ଅଟକ ରଖାଯାଇଛି ।

ଲାଇସେନ୍ସପ୍ରାପ୍ତ ୩୮୩୦ ଗୋଟି ବନ୍ଧୁକ ସଂପୃକ୍ତ ଜିଲ୍ଲାପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୧୧୦ ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୫ଗୋଟି କାରଖାନା ଉପରେ ଚଢ଼ାଉ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୩୯.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ୱାଡ୍‌ ଏବଂ ପୋଲିସ୍‌ ଦ୍ୱାରା ୨୧ ଲକ୍ଷ ୭୫ ହଜାର ୪୧୦ ଟଙ୍କା ଜବତ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ୍‌ ଓ ଅବକାରୀ ବିଭାଗ ସହାୟତାରେ ୬୨୫୩୨.୨୮୫  ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୪ ଲକ୍ଷ ୫୯ ହଜାର ୯୭୨ ଟଙ୍କା ହେବ । ରଜ୍ୟସ୍ତରୀରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା୩୮୪ଟି କଲ୍‌ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି ଯାହା ମଧ୍ୟରୁ ୧୭୭ଟି ଅଭିଯୋଗରସମାଧାନ ପାଇଁ ଜିଲ୍ଲାସ୍ତରକୁ ପଠାଯାଇଛି ।

ରାଜ୍ୟସ୍ତରୀୟ ଭୋଟର ହେଲପ୍‌ ଲାଇନ୍‌ ନଂ-୧୯୫୦କୁ ଆଜି ସୁଦ୍ଧା ୧୧୭୦୬ଟି ଅଭିଯୋଗ ଗ୍ରହଣ କରାଯାଇ ତାହାର ତ୍ୱରିତ ସମାଧାନ କରାଯାଇଛି । ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୩୮୦ଗୋଟି ଅଭିଯୋଗ ଗ୍ରହଣ କରାଯାଇ ସେଥି ମଧ୍ୟରୁ ୩୩୩ଗୋଟି ଅଭିଯୋଗର ସମାଧାନ କରାଯାଇଛି ।

   Related Posts