ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ୪ମନ୍ତ୍ରୀ ୪୦ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍, ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪: ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଗ୍ରହଣ । ଏହି ପର୍ଯ୍ୟାୟରେ ଓଡ଼ିଶାର ୫ଲୋକସଭା ଓ ୩୫ ବିଧାନସଭା ଆସନରେ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି ଭୋଟର । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା କ୍ଷେତ୍ରରେ ହୋଇଥିବା ୯ହଜାର ୧୧୭ଟି ପୋଲିଂ ବୁଥ୍‌ ମଧ୍ୟରୁ ୪ଟିରେ ଭିଭିପାଟ୍ ମେସିନ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେଗୁଡ଼ିକ ସାନି ମତଦାନ ପାଇଁ ସୁପାରିଶ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

{"id":104742}

ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟର ସେମାନଙ୍କ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ବିଧାନସଭା କ୍ଷେତ୍ରରେ ମଇଦାନରେ ଥିବା ୪ମନ୍ତ୍ରୀ ୪୦ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌ ହୋଇସାରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁନ୍ଦରଗଡ଼ ଲୋସଭା ଆସନରୁ ଲଢ଼ୁଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପାଟଣାଗଡ଼ ବିଧାନସଭା ଆସନରୁ ବିଜେପି  ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ବଲାଙ୍ଗିର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

{"id":104743}

ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ପାଇଁ ଭୋଟରଙ୍କ ଭିତରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ବୁଥ ଗୁଡ଼ିକରେ ଭୋଟରଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ଦିନ ବଢ଼ିବା ସହ ଖରାର ପ୍ରକୋପ ମଧ୍ୟ ବଢ଼ିଥିଲା । ପ୍ରବଳ ଖରା ସତ୍ବେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ବେଶ୍‌ ଆଗ୍ରହ ପ୍ରକାଶ କରିଥିଲେ ।

{"id":104744}

ଦିନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଥିଲା । ତେବେ ଏହି ପର୍ଯ୍ୟାୟରେ  ମତଗ୍ରହଣ ପାଇଁ କରାଯାଇଥିବା ୯ହଜାର ୧୧୭ଟି ପୋଲିଂ ବୁଥ୍‌ ମଧ୍ୟରୁ ୪ଟିରେ ଇଭିଏମ୍ ମେସିନ୍‌ରେ ତ୍ରୁଟି ସାମ୍ନାକୁ ଆସିଥିଲା । ସୁନ୍ଦରଗଡ଼ରେ ଭୋଟଗ୍ରହଣ ଚାଲିଥିବା ବେଳେ ରଙ୍ଗାଢ଼ିପାର ୨୧୩ ନମ୍ବର ବୁଥରେ ପ୍ରଥମେ ଇଭିଏମ୍ ଅଚଳ ହେବା ଖବର ସାମ୍ନାକୁ ଆସିଥିଲା । ଭୋଟରମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲେ ମଧ୍ୟ ଇଭିଏମ୍ ଠିକ୍‌ ହୋଇନପାରିବାରୁ ସେମାନେ ମତଦାନ ନକରି ଫେରିଯାଇଥିଲେ । ସେହିଭଳି ବଣାଇର ୧୨୯ ନମ୍ବର ବୁଥ, ଦଶପଲ୍ଲାର ୨୧୦ ଏବଂ ୨୨୨ ନମ୍ବର ବୁଥରେ ଇଭିଏମ୍ ଅଚଳ ଯୋଗୁଁ ଭୋଟିଂ ହୋଇପାରିନାହିଁ । ଏହି ବୁଥ୍‌ ଗୁଡ଼ିକରେ ସାନି ମତଦାନ ପାଇଁ ସୁପାରିଶ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

{"id":104745}

ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୯ଟି ଲୋକସଭା ଓ ଏହା ଅଧୀନରେ ଥିବା ୬୩ ବିଧାନସଭା ଆସନ ପାଇଁ ଭୋଟିଂ ସରିଛି । ଏବେ ଅପେକ୍ଷା ଏପ୍ରିଲ୍‌ ୨୩ ଓ ୨୯ରେ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.