ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ : ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି । ଓଡିଶାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପ୍ରେସମିଟ୍ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

{"id":104706}

ବରଗଡ ଲୋକସଭା ଅନ୍ତର୍ଗତ ପଦ୍ମପୁରରେ ୬୭, ଭଟଲିରେ ୫୮, ବରଗଡରେ ୬୬.୭୦, ଅତାବିରାରେ ୬୭.୨୦, ବିଜେପୁର ୬୪ ପ୍ରତିଶତ ଭୋଟିଂ ହୋଇଛି ।

{"id":104708}

ଆସ୍କା ଲୋକସଭା ଅନ୍ତର୍ଗତ ଭଞ୍ଜନଗରରେ ୫୩.୫, ପୋଲସରାରେ ୫୧.୫, କବିସୂର୍ଯ୍ୟନଗରରେ ୫୨, ଖଲ୍ଲିକୋଟରେ ୫୧.୦୭, ଆସ୍କାରେ ୫୭.୬, ସୋରଡାରେ ୫୪.୬୨, ସାନଖେମୁଣ୍ଡିରେ ୫୫, ହିଞ୍ଜିଳିରେ ୫୫.୮ ପ୍ରତିଶତ ମତଦାନ ହୋଇଛି ।

{"id":104710}

ସକାଳ ୯ଟାରେ ୬.୫ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟାରେ ୧୮ପ୍ରତିଶତ ମତଦାନ ହୋଇଥିଲା । ଦିନ ୧ଟା ସୁଦ୍ଧା ୩୩ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିଲା ।

{"id":104711}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.