Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ବିତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ଓଡିଶାରେ ୪୫.୧୮ ପ୍ରତିଶତ ମତଦାନ

18/04/2019 at 3:15 PM

ଭୁବନେଶ୍ବର ୧୮|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି । ଓଡିଶାରେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଭଞ୍ଜନଗରରେ ୫୩.୫, ପୋଲସରାରେ ୪୪, କବିସୂର୍ଯ୍ୟନଗରରେ ୪୨, ଖଲ୍ଲିକୋଟରେ ୪୫.୩୧, ଆସ୍କାରେ ୪୮.୩୫, ସୋରଡାରେ ୪୨.୨୫, ସାନଖେମୁଣ୍ଡିରେ ୩୯.୦୯, ହିଞ୍ଜିଳିରେ ୪୫.୨ ପ୍ରତିଶତ ମତଦାନ ହୋଇଛି । ବଲାଙ୍ଗିର ଲୋକସଭାରେ ୪୦.୩୩ପ୍ରତିଶତ ମତଦାନ ହୋଇଛି । ଲୋଇସିଂହାରେ ୪୦.୧୧, ପାଟଣାଗଡରେ ୩୪.୮୯, ବଲାଙ୍ଗିରରେ ୩୭.୦୧, ଟିଟିଲାଗଡରେ ୪୩.୨୬, କଣ୍ଟାବାଞ୍ଜିରେ ୪୬.୦୩ପ୍ରତିଶତ ମତଦାନ ହୋଇଛି ।

ସକାଳ ୯ଟାରେ ୬.୫ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟାରେ ୧୮ପ୍ରତିଶତ ମତଦାନ ହୋଇଥିଲା । ଦିନ ୧ଟା ସୁଦ୍ଧା ୩୩ପ୍ରତିଶତ ମତଦାନ ହୋଇଥିଲା ।

ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଏବଂ ଏହାର ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ଏଥିରେ ୨୭୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଥିପାଇଁ ରାଜ୍ୟର ସମୁଦାୟ ୯୧୧୭ଟି ବୁଥ୍‌ ପ୍ରସ୍ତୁତ କରାଯାଇଛି। ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ମତଦାନ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ ଭୋଟର ଅଛନ୍ତି ।

   Related Posts