Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଣି ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ପୁରୀ ଉଚ୍ଛେଦ ପ୍ରକ୍ରିୟା : ନୂଆବର୍ଷରୁ ବଦଳିବ ଶ୍ରୀମନ୍ଦିର ଚାରିପାଖର ଚିତ୍ର

4/12/2019 at 7:06 PM

ପୁରୀ ୪/୧୨: ଦୀର୍ଘ ଦିନ ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ପରିଧି ଭିତରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ଆଜି ପ୍ରଥମେ ଶ୍ରୀମନ୍ଦିର ଦୋଳବେଦୀ କୋଣ ନିକଟରେ ଥିବା ପୌରପାଳିକା ଓ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଚ୍ଛେଦ କରାଯାଇଛି । ଅସ୍ଥାୟୀ ଭାବେ ଏହାକୁ ବଳିଆପଣ୍ଡାକୁ ସ୍ଥାନାନ୍ତର କରିଛି ପ୍ରଶାସନ । ….

ଦ୍ବିତୀୟ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର ଚାରିପାଖରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ପ୍ରଥମେ ଶ୍ରୀମନ୍ଦିର ଦୋଳବେଦୀ କୋଣ ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭଙ୍ଗାଯାଇଛି । ଆଜି ସକାଳୁ ମାଜି​‌େ​‌୍ଷ୍ଟ୍ରଟ୍‌ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟରେ ଲାଗିଛନ୍ତି ୯ଟି ଜେସିବି । ତେବେ ଉଚ୍ଛେଦ ପୂର୍ବରୁ ପୁରୀ ପୌରପାଳିକା ଓ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପରିଚାଳିତ ଏହି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅସ୍ଥାୟୀ ଭାବେ ବଳିଆପଣ୍ଡାକୁ ସ୍ଥାନାନ୍ତର କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଛେଦ ସମୟରେ ଶ୍ରୀମନ୍ଦିର ଥାନା ପୋଲିସ ଉପସ୍ଥିତ ରହିବା ସହ ୪ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

ନୂଆବର୍ଷରୁ ବଦଳିବ ଶ୍ରୀମନ୍ଦିର ଚାରିପାଖର ଚିତ୍ର । ଭକ୍ତଙ୍କ ସୁବିଧା ଲାଗି ସିଂହଦ୍ବାର ସମ୍ମୁଖରେ ଥିବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି । ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ କିଭଳି ସୁବିଧାରେ ନିଜର ଜୋତା, ଚପଲ, ବେଲ୍ଟ, ବ୍ୟାଗ୍‌ ଓ ମୋବାଇଲ୍‌ ଆଦି ମାଣାରେ ରଖିବା ପାଇଁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରିବ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ସୁରକ୍ଷା କରିଡୋରରେ ଏବେ ୮୦ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି ।

ସେହି ସ୍ଥାନରେ ଥିବା ୧୫ରୁ ୨୦ ପରିବାର ତୁରନ୍ତ ସ୍ଥାନାନ୍ତର ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଆସନ୍ତା ମାସେ ଦେଢ଼ମାସ ଭିତରେ ଅଧିଗୃହିତ ଜମିରୁ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପରେ କୋଠାଘରଗୁଡ଼ିକୁ ଭଙ୍ଗାଯିବ । ସ୍ବଇଚ୍ଛାରେ ଜମିଦାନ ଅବଧି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବଢ଼ିଥିବାରୁ ଏହି ସମୟ ଭିତରେ ଶତପ୍ରତିଶତ ଜମି ଅଧିଗ୍ରହଣ ଉଦ୍ୟମ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଦ୍ବିତୀୟ  ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟାରେ ସାନଛତା ମଠର ପାଳି ପଡ଼ିପାରେ । ସେହିଭଳି ପୂର୍ବରୁ ଚର୍ଚ୍ଚାରେ ଥିବା ପଞ୍ଜାବୀ ମଠକୁ  ନିଶାକାର ଅଭିଯୋଗରେ  ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ସିଲ୍‌ କରିସାରିଛି ପ୍ରଶାସନ । ତେଣୁ ଅବଧି ସରିବା ପୂର୍ବରୁ ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ପରିଧିରେ ଉଚ୍ଛେଦ କାମ ସାରିବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି ପ୍ରଶାସନ ।

   Related Posts