ମାର୍ଚ୍ଚ ପହିଲାରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ, ଯଦି ଆପଣ ଟିକା ନେବାକୁ ଯାଉଛନ୍ତି ତେବେ ଜାଣନ୍ତୁ ପୂରା ପ୍ରକ୍ରିୟା

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ ୨୫।୨: ମାର୍ଚ୍ଚ ପହିଲାରୁ କରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୬୦ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ, ଯେଉଁମାନେ କୌଣସି ରୋଗରେ ପୀଡିତ ଥିବେ । ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ସରକାରୀ ଡାକ୍ତରଖାନା ସହ ଘରୋଇ ଡାକ୍ତରଖାନାରେ ମଧ୍ୟ କରାଯିବ । ଏହା ବ୍ୟତୀତ ମାର୍ଚ୍ଚ ୧ ତାରିଖରୁ ଟଙ୍କା ଦେଇ ମଧ୍ୟ ଟିକା ନେଇପାରିବେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କିପରି କରିବେ ପଞ୍ଜୀକରଣ :

- ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଟିକା ଦିଆଯାଇଛି । ସେପଟେ ଭୋଟର ତାଲିକା ଆଧାରରେ ସରକାରଙ୍କ ନିକଟରେ ବରିଷ୍ଠ ନାଗରିକଙ୍କ ତଥ୍ୟ ମଧ୍ୟ ରହିଛି । କିନ୍ତୁ ଏଠାରେ ନିଜସ୍ବ ପଞ୍ଜିକରଣର ବିକଳ୍ପ ରହିଛି ।

- ନିଜସ୍ବ ପଞ୍ଜୀକରଣର ବିକଳ୍ପ କେବଳ ଅନଲାଇନ୍ ଚ୍ୟାନେଲ ମାଧ୍ୟମରେ ସୀମିତ ରହିବ ନାହିଁ କାରଣ କିଛି ଲୋକଙ୍କ ପାଇଁ ଆପ୍ ବ୍ୟବହାର କରିବା ସହଜ ହେବ ନାହିଁ । କୋ-ୱିନ୍, ଆରୋଗ୍ୟ ସେତୁ ବ୍ୟତୀତ ଡାକ୍ତରଖାନା ଏବଂ ସାଧାରଣ ସେବା କେନ୍ଦ୍ରରେ ପଞ୍ଜୀକରଣ ପାଇଁ ବ୍ୟବସ୍ଥା ରହିବ । ଏହି ପଞ୍ଜୀକରଣ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବନାହିଁ ।

- ଖୁବ୍ ଶୀଘ୍ର କୋ-ୱିନ୍ ଆପ୍ ର ଏକ ନୂତନ ସଂସ୍କରଣ ଲଞ୍ଚ୍ କରାଯିବ । ଯେଉଁଠାରେ ସାଧାରଣଲୋକ ଟୀକାକରଣ ପାଇଁ ଲଗ୍ ଇନ୍ ଏବଂ ରେଜିଷ୍ଟ୍ରର କରିପାରିବେ । ଏବେ ଟିକା ନେଇଥିବା ବ୍ୟକ୍ତି ସେମାନଙ୍କ ଆଇଡି ଦେଇ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।

- ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପଞ୍ଜୀକରଣ କରିବା ପାଇଁ ଏକ ଫଟୋ ଆଇଡିର ଆବଶ୍ୟକତା ପଡିବ । ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଡାକ୍ତରୀ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ହେବ ।

- ସରକାର ପ୍ରଥମରୁ ଅନ୍ୟ ରୋଗର ସବିଶେଷ ତଥ୍ୟ ସହିତ ଏକ ଫର୍ମ ଜାରି କରିପାରନ୍ତି, ଯାହା ହିତାଧିକାରୀଙ୍କୁ ପରୀକ୍ଷା ପରେ ଡାକ୍ତରଙ୍କ ଦସ୍ତଖତ ଏବଂ ପୂରଣ କରିବାକୁ ପଡିବ। ଟୀକାକରଣ ସମୟରେ ଏହି ଫର୍ମ ଦେଖାଇବା ଜରୁରୀ ।

- ଟୀକାକରଣର ଏହି ପର୍ଯ୍ୟାୟ ପାଇଁ ବୁକିଂ ଏବଂ ଓପନ୍ ସ୍ଲଟ୍ ମଧ୍ୟ ରହିବ ।

ହିତାଧିକାରୀମାନେ ଟିକା ସ୍ଥାନ ଏବଂ ସମୟ ବାଛିପାରିବେ । କିନ୍ତୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ମଧ୍ୟରେ କୌଣସି ବିକଳ୍ପ ଦିଆଯିବ ନାହିଁ । ଏହାସହ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ, ଯେଉଁମାନଙ୍କର ଅନ୍ୟ କୌଣସି ରୋଗ ନାହିଁ, ସେମାନଙ୍କୁ ଟିକା ପାଇଁ ଅପେକ୍ଷା କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.