Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ: ୧୩ଟି ରାଜ୍ୟର ୯୭ ଲୋକସଭା ଆସନରୁ ଦୁଇଟିରେ ହେବନି ମତଦାନ, ମଇଦାନରେ ୧୬୪୪ ପ୍ରାର୍ଥୀ

ଭୁବନେଶ୍ବର୧୭|୪: ଆସନ୍ତାକାଲି ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ୧୨ଟି ରାଜ୍ୟର ୯୫ଟି ଲୋକସଭା ଆସନରେ ମତଦାନ ହେବ । ଏଥିପାଇଁ ପ୍ରସ୍ତୁତି ଚାଲଛି । ଭୋଟିଂ ପାଇଁ କର୍ମଚାରୀମାନେ ପୋଲିଂ ବୁଥ୍‌ରେ ପହଞ୍ଚି ସାରିଲେଣି । ଆସନ୍ତା କାଲି ୯୭ଟି ଲୋକସଭା ପାଇଁ ଭୋଟ୍‌ ହେବାକୁ ଥିଲା । ହେଲେ ୨ଟି ଲୋକସଭାରେ ବିଭିନ୍ନ କାରଣରୁ ଭୋଟିଂ ବାତିଲ ହୋଇଛି । 

ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ । ଦେଶର ୧୨ଟି ରାଜ୍ୟର ୯୫ଟି ଲୋକସଭା ଅସନରେ ହେବ ମତଦାନ । ୧୩ ରାଜ୍ୟର ୯୭ ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ପାଇଁ ନିର୍ଦ୍ଧାରଣ ହୋଇଥିଲା । ତେବେ ତ୍ରିପୁରା ଇଷ୍ଟ ଓ ଭେଲୋରରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଜଣେ ଡିଏମ୍ କେ ପ୍ରାର୍ଥୀଙ୍କ  ଗୋଦାମଘରୁ ୧୧.୫କୋଟି ଟଙ୍କା ଜବତ ହେବା ପରେ ତାମିଲନାଡୁର ଭେଲୋରରେ ନିର୍ବାଚନ ବାତିଲ୍ କରାଯାଇଛି । ସେହିପରି ସୁରକ୍ଷା କାରଣରୁ ତ୍ରିପୁରର ଗୋଟିଏ ଆସନ ପାଇଁ ହେବାକୁ ଥିବା ନିର୍ବାଚନକୁ ଏପ୍ରିଲ ୨୩ କୁ ଘୁଞ୍ଚାଇ ଦିଆଯାଇଛି ।

ଦ୍ବିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ୩୮ ଲୋକସଭା ଆସନ, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୦, ଉତ୍ତର ପ୍ରଦେଶର ୮, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଆସନ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ୩ଟି ଲେଖାଏଁ ଆସନ, ଜମ୍ମୁ କଶ୍ମୀରର ୨ଟି ଆସନ ଏବଂ ମଣିପୁର ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ପୋଲିଂ ପାର୍ଟି ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଲେଣି । ଶାନ୍ତି ଶୃଙ୍ଖଳାର ସହ ଭୋଟ୍‌ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୧୬୪୪ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୨୭ ପ୍ରତିଶତ ପ୍ରାର୍ଥୀ ଅର୍ଥାତ୍‌ ୪୨୭ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି।

91 Views

   ସମ୍ବନ୍ଧିତ ଖବର