Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଆଜି କନ୍ଧମାଳ ଜିଲ୍ଲାରେ ମାଓ ହମଲା ପରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ମାଓ ଉପଦ୍ରୁତ ଅଞ୍ଚଳରେ ଆତଙ୍କର ବାତାବରଣ

17/04/2019 at 6:29 PM

ଭୁବନେଶ୍ବର୧୭|୪; ଆସନ୍ତା କାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ । ଓଡ଼ିଶାର ୫ଟି ଲୋକସଭା ଓ ଏହା ଅଧୀନରେ ଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ କରିବେ ମୋଟ୍‌ ୭୬ ଲକ୍ଷ ୯୩ହଜାର ୧୨୩ଜଣ ଭୋଟର । ୫ ଲୋକସଭା ପାଇଁ ୩୫ ପ୍ରାର୍ଥୀ ଏବଂ ବିଧାନସଭା ପାଇ ୨୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ ଏହି ସବୁ ନିର୍ବାଚନ ମଣ୍ଡଳୀରେ ମତଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।….

ଏପ୍ରିଲ ୧୮ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ଭୋଟ୍‌ । ଏଥିରେ ୫ଟି ଲୋକସଭା ଆସନ ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ  ଆସ୍କା ସହ ଏହା ଅଧୀନରେ ଥିବା ୩୫ ବିଧାନସଭା ଆସନରେ ନିଜର ମତ ସାବ୍ୟସ୍ତ କରିବେ ମୋଟ୍‌ ୭୬ ଲକ୍ଷ ୯୩ହଜାର ୧୨୩ଜଣ ଭୋଟର । ଏହି ପର୍ଯ୍ୟାୟରେ  ୩୫ ସାଂସଦ ପ୍ରାର୍ଥୀ ଏବଂ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ ମତଦାନ ପ୍ରକ୍ରିୟା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୯ ହଜାର ୧୧୭ ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ କର୍ମଚାରୀ । ପ୍ରାୟ ସମସ୍ତ ଯାଗାରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । କେବଳ ନକ୍ସଲ ପ୍ରବଣ ଅଂଚଳ ଗୁଡ଼ିକରେ ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।

ବଲାଙ୍ଗିର ଜିଲ୍ଲାରେ ମୋଟ ୧୫୪୭ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ସେଥି ମଧ୍ୟରୁ ୨୫୬ଟି ବୁଥକୁ ଉତ୍ତେଜନା ପ୍ରବଣ ଭାବେ ଗଣାଯାଉଛି । ନିର୍ବାଚନ ସୁପରିଚାଳନା ପାଇଁ ମୋଟ ୯ହଜାର ୨୮୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ଲାଠୋର, ଖପ୍ରାଖୋଲ, ତୁରେକେଲା, ମୁରିବାହାଲ, ଗୁଡ଼ଭେଲା, ବେଲପଡ଼ା, ଲରମ୍ଭା ଆଦି ସ୍ଥାନରେ ୨୦ପ୍ଲାଟୁନ୍‌ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ହୋଇଛନ୍ତି ।

ସେପଟେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୧୮୪୬ ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ କର୍ମଚାରୀ । ଏଥି ମଧ୍ୟରୁ ୩୮୮ ବୁଥକୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି । ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ସମସ୍ତ ପ୍ରସ୍ତୁତି କରିଛି ପ୍ରଶାସନ ।

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ । ଜିଲ୍ଲାର ମୋଟ ୬୫୯ ବୁଥ୍‌ ମଧ୍ୟରୁ ୨୦୭ ବୁଥ୍‌ ସମ୍ବେଦନଶୀଳ ଓ ୫୦ଟି ବୁଥ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ପାଇଁ ସିଆରପିଏଫ, ବିଏସଏଫ, କୋବ୍ରା ବାହିନୀ ସହ ମୋଟ ୬୦ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସୀମାରେ ଗାଡ଼ିମଟର ଯାଂଚ ଏବଂ ପାଟ୍ରୋଲିଂକୁ କଡ଼ା କଡ଼ି କରାଯାଇଛି ।

ସେହଭଳି ଆସିକା ସଂସଦୀୟ କ୍ଷେତ୍ର ସହ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ ୧୯୪୬ ବୁଥ ପାଇଁ ନିୟୋଜିତ ହୋଇଛନ୍ତି ୧୨ହଜାର ୮୬୪ ପୋଲିଂ କର୍ମଚାରୀ । ଏଥି ମଧ୍ୟରୁ ୨୧ଟି ବୁଥରେ ସିସିଟିଭି, ୨୧୩ ବୁଥରେ ଓ୍ବେବ୍‌ କାଷ୍ଟିଙ୍ଗ, ୭୨ ବୁଥରେ ଭିଡିଓଗ୍ରାଫି ଏବଂ୮୪ ବୁଥରେ ଫଟୋଗ୍ରାଫି ବ୍ୟବସ୍ଥା କରାଯାଇଛି ।

ସେପଟେ ବରଗଡ଼ ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ବିଧାନସଭା କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ତେବେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା  ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ମାଲକାନଗିରି ଏମପିଭି-୬୫ ଏବଂ ବ୍ରହ୍ମପୁର ସିଟି ହାଇସ୍କୁଲ ବୁଥରେ ପୁଣି ଥରେ କାଲି ମତଗ୍ରହଣ ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଏଠାରେ  ମତଦାନକୁ ରଦ୍ଦ କରାଯାଇଥିଲା ।

   Related Posts