Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବିହାରରେ ନିର୍ବାଚନ : ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୯୪ଟି ଆସନ ପାଇଁ ଭୋଟିଂ ଜାରି

3/11/2020 at 7:48 AM

ପାଟନା ୦୩।୧୧: ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ୧୭ ଜିଲ୍ଲାରେ ୯୪ଟି ଆସନ ପାଇଁ ଆରମ୍ଭ ହୋଇଛି ମତଦାନ । ୧ ହଜାର ୪୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍। ଏମାନଙ୍କ ମଧ୍ୟରେ ଅଛନ୍ତି ୧୪୬ ଜଣ ମହିଳା ପ୍ରାର୍ଥୀ । ୨ କୋଟି ୮୬ ଲକ୍ଷ ଭୋଟର୍ ମତଦାନ ସାବ୍ୟସ୍ତ କରିବେ ।

 ସକାଳ ୭ ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ  ହୋଇ ସଂଧ୍ୟା ୬ ଟା ଯାଏ ଚାଲିବ । ୮ ଟି ନକ୍ସଲ ଅଧ୍ୟୁଷିତ ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ ଟାରେ ମତଦାନ ଶେଷ ହେବ । ଏହି ପର୍ଯ୍ୟାୟ ବିଜେପି ଓ ଜେଡିୟୁ ପରି ଅଂଶୀଦାର ଥିବା ଏନ୍ ଡିଏ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ବାଧୀନ ମହାମେଣ୍ଟ ପାଇଁ ନିର୍ଣ୍ଣାୟକ ହେବ ।

ସେହିପରି ପ୍ରଥମ ପର୍ଯ୍ୟାୟ ଗତ ମାସ ୨୮ତାରିଖରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି ବିହାର ଜନତା ରେକର୍ଡ ଭୋଟିଂ କରିଥିଲେ । କରୋନା ମହାମାରୀର ସମୟରେ ଦେଶରେ ଏହା ପ୍ରଥମ ନିର୍ବାଚନ ହୋଇଥିଲା । ତାପରେ ବି ଲୋକମାନେ ନିଜ ମତ ସାବ୍ୟସ୍ତ କରିଥିଲେ । ଯାହାକି ରେକର୍ଡ ଥିଲା । ସେପଟେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ।  ୯୪ଟି ଆସନ ପାଇଁ ଆରମ୍ଭ ହୋଇଛି ମତଦାନ । ନଭେମ୍ବର ୭ରେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟରେ ଅବଶିଷ୍ଟ ୭୮ ଆସନରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

   Related Posts