ମେଡିକାଲ କଲେଜରେ ବଳକା ସିଟ ପାଇଁ ନାମଲେଖା
10/08/2018 at 5:51 AM

ଭୁବନେଶ୍ୱର ୧୦/୮ : ସର୍ବ ଭାରତୀୟ କୋଟାରୁ ଫେରିଲା ୯୦ ସିଟ | ଆଜି ପ୍ରକାଶ ପାଇବା ଖାଲି ପଡିଥିବା ସିଟ ତାଲିକା | ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଖାଲି ପଡିଥିବା ସିଟ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ଆରମ୍ଭ ହୋଇଛି | ରାଜ୍ୟର ୧୬୭ ଟି ଏମବିବିଏସ ଓ ବିଡିଏସ ସିଟ ପାଇଁ ସର୍ବ ଭାରତୀୟ କୋଟାର ନାମଲେଖା ହେଉଥିଲା | ତେବେ ସେଥିରୁ ୯୦ଟି ସିଟ ଖାଲି ପଡିଛି | ତେବେ କେଉଁ କଲେଜରେ କେତେ ସିଟ ଖାଲି ରହିଛି ତାହାର ରିପୋର୍ଟ ମିଳିନାହିଁ | ଆଜି ସର୍ବ ଭାରତୀୟ କୋଟାରୁ ଫେରିଥିବା ସିଟ ସମେତ ରାଜ୍ୟ କୋଟାରେ ଖାଲିଥିବା ସିଟକୁ ମିଶାଇ ତାଲିକା ବାହାରିବ ବୋଲି ଓଜେଇଇ ସୂଚନା ଦେଇଛି | ଆସନ୍ତା ୧୦ ଓ ୧୧ ତାରିଖରେ ଛାତ୍ରଛାତ୍ରୀ ଚଏସ ଫିଲିଙ୍ଗ କରିବେ | ୧୩ ରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଓଜେଇଇ ସେଲରେ ନାମଲେଖା ହେବ | ଅଗଷ୍ଟ ୨୬ ସୁଦ୍ଧା ଛାତ୍ରଛାତ୍ରୀ ମେଡିକାଲ କଲେଜରେ ଯୋଗଦେବାକୁ କୁହାଯାଇଛି | ସେପ୍ଟେମ୍ବର ୧ ରୁ ପାଠ ପଢା ଆରମ୍ଭ ହେବ |