ସ୍ପେନରେ କରୋନାର ଦ୍ବିତୀୟ ଲହରୀ, ଫ୍ରାନ୍ସ ଓ ପୂର୍ବ ୟୁରୋପରେ ବଢ଼ୁଛି ସଂକ୍ରମଣ

Published By : Prameya-News7 Bureau | September 01, 2020 IST

ସ୍ପେନ୍ ତା ୦୧/୦୯- ସ୍ପେନରେ ପୁଣି ଫେରିଛି କରୋନା। ସମଗ୍ର ପୃଥିବୀରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍ ବା କୋଭିଡ୍-୧୯ ଭୂତାଣୁର ପ୍ରଭାବ ପୁଣି ଥରେ ସ୍ପେନରେ ଦେଖିବାକୁ ମିଳିଛି। ଏହାକୁ ସ୍ପେନରେ କରୋନାର ଦ୍ବିତୀୟ ଲହରୀ କୁହାଯାଉଛି। ରବିବାର ଦିନ ମଲାଗା ସହରର ମୁଖ୍ୟ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ୩୧ଜଣ ରୋଗୀ ଥିବା ବେଳେ ଦିନ ୧୨.୧୫ ସୁଦ୍ଧା ଏ ସଂଖ୍ୟା ୩୨ରେ ପହଞ୍ଚିଥିଲା । ଏହାର ଅଧ ଘଣ୍ଟା ପରେ ପୁଣି ରୋଗୀ ସଂଖ୍ୟା ୩୩ ହେଲା। ଏତେ ସଂଖ୍ୟକ କୋଭିଡ୍ ମାମଲାରେ ଡଷ୍ଟବିନ୍ ସବୁ ମାସ୍କ ଓ ବ୍ଳୁ ସର୍ଜିକାଲ୍ ଗ୍ଲଭସରେ ଭରି ଗଲା।


ଯଦି ଫେବୃଆରୀରେ ଇଟାଲୀ ୟୁରୋପର କରୋନାଭାଇରସ ମହାମାରୀର ପ୍ରଥମ ଲହରୀରେ ଅଗ୍ରଣୀ ଥିଲା, ସ୍ପେନ ମଧ୍ୟ ଏହାର ଦ୍ବିତୀୟ ଲହରୀର ଅଂଶବିଶେଷ। ପୂର୍ବ ୟୁରୋପର ଅଂଶ ଭାବେ ପ୍ରାନ୍ସ ମଧ୍ୟ କରୋନା ସଂକ୍ରମଣରେ ଆଗକୁ ବଢ଼ୁଛି। ଜର୍ମାନୀ, ଇଟାଲି ଏବଂ ବେଲଜିୟମ୍ରେ ଏ ସ୍ଥିତି ସମାନ। ତେବେ ଗତ କିଛି ସପ୍ତାହ ମଧ୍ୟରେ ସ୍ପେନରେ ରେକର୍ଡ ସଂଖ୍ୟକ ୫୩୦୦୦ରୁ ଅଧିକ ନୂଆ କରୋନା ମାମଲା ଦର୍ଜ କରାଯାଇଛି। ପ୍ରତି ୧ ଲକ୍ଷ ଲୋଙ୍କ ମଧ୍ୟରେ ୧୧୪ ନୂଆ କେସ୍ ଦେଖିବାକୁ ମିଳିଛି। ଆମେରିକା ଠାରୁ ସ୍ପେନରେ ଭାଇରସ୍ ଦ୍ରୁତ ଗତିରେ ବ୍ୟାପୁଛି। ଅପରପକ୍ଷେ ଫ୍ରାନ୍ସରେ ଏହା ଦୁଇ ଗୁଣ ଅଧିକ ଗତିରେ ବ୍ୟାପୁଥିବା ବେଳେ ଇଟାଲୀ ଓ ବ୍ରିଟେନରେ ଆଠ ଗୁଣ ଓ ଜର୍ମାନୀରେ ୧୦ ଗୁଣ ବେଗରେ ଗତି କରୁଛି।


ସ୍ପେନରେ ଏବେ ସୁଦ୍ଧା ୪୪୦,୦୦୦ କେସ୍ ରହିଛି। ୨୯ ହଜାରରୁ ଅଧିକ ଲୋକଙ୍କର କୋଭିଡ୍ରେ ମୃତ୍ୟୁ ହେଲାଣି। ତେବେ ଅନ୍ୟ ଦେଶ ଅପେକ୍ଷା କୋଭିଡ୍ ମୁକାବଲାକୁ ଅଧିକ କଡ଼ାକଡି କରି ପୂର୍ବ ସ୍ଥିତିକୁ ଫେରିଥିଲା ସ୍ପେନ। ଏବେ ସ୍ପେନବାସୀ କରୋନାର ଦ୍ବିତୀୟ ଲହରୀ କିଭଳି ବ୍ୟାପିବ, କେତେ ମାତ୍ରାରେ ଏହା ଜୀବନକୁ ପ୍ରଭାବିତ କରିବ ଓ କିଭଳି ଏହାକୁ ନିୟନ୍ତ୍ରଣ କରାଯିବ ତାକୁ ନେଇ ଚିନ୍ତାରେ ପଡିଲେଣି। ତେବେ ସ୍ପେନରେ କରୋନାର ଦ୍ବିତୀୟ ଲହରୀକୁ ନେଇ ଡାକ୍ତର କି ରାଜନେତାମାନେ ଭୟଭୀତ ନାହାନ୍ତି। କାରଣ ମେ ମାସରେ ମାମଲା ୧୨ ପ୍ରତିଶତରୁ ୬.୬ ପ୍ରତିଶତକୁ ଖସିଥିଲା। ତେବେ ମହାମାରୀ ବିଶାରଦୀ ନିଶ୍ଚିତ ନାହାନ୍ତି ଏହା ଏତେ ଶୀଘ୍ର କେମିତି ଆସିଗଲା। ଲୋକଙ୍କ ସମାବେଶ, ମଲାଗା ସହରରକୁ ପର୍ଯ୍ୟଟଙ୍କ ପ୍ରତ୍ୟାବର୍ତନ ତଥା ପ୍ରବାସୀଙ୍କ ପାଇଁ ଘର ତଥା ଚିକିତ୍ସା ଅଭାବ କାରଣ ଯୋଗୁ କରୋନାର ଦ୍ବିତୀୟ ଲହରୀ ସ୍ପେନରେ ଦେଖାଯାଇଥିବା ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.