Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଆଜିଠୁ ସଂସଦର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ, ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି କାଣ୍ଟ ଛାଣ୍ଟ ହେବ କାର୍ଯ୍ୟଦିବସ !

8/03/2021 at 8:00 AM

ନୂଆଦିଲ୍ଲୀ ୦୮।୦୩: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ତେବେ ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଏହି ଅଧିବେଶନର କାର୍ଯ୍ୟଦିବସ କାଣ୍ଟ ଛାଣ୍ଟ ହେବା ସମ୍ଭାବନା ରହିଛି।

ତେବେ ଆସାମ, ପଶ୍ଚିମବଙ୍ଗ ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାରୁ ଅଧିବେଶନ କାଣ୍ଟଛାଣ୍ଟ ହୋଇପାରେ। ଏଥିପାଇଁ ବିଭିନ୍ନ ଦଳର ନେତା ଲୋକସଭା ବାଚସ୍ପତି ଓମ ବିର୍ଲ୍ଲା ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଅନୁରୋଧ କରିଛନ୍ତି। ଏଣୁ ଅଧିବେଶନ କାର୍ଯ୍ୟକାଳ ସଂକ୍ଷିପ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ବଜେଟ ଅଧିବେଶନର ପ୍ରଥମ ଭାଗ କୃଷି ଆଇନକୁ ବେଶ ଉଷ୍ଣ ରହିଥିଲା। ଏବେବି କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ଏହାକୁ ସମର୍ଥନ ଦେଉଛି।

ସେପଟେ ପେଟ୍ରୋଲ ଦରକୁ ନେଇ ମଧ୍ୟ ବିରୋଧୀ ସରକାରଙ୍କୁ ଘେରୁଛନ୍ତି। ଅଧିବେଶନ ଆରମ୍ଭରେ ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ଚାପ ସୃଷ୍ଟି କରିପାରନ୍ତି। ଗୃହରେ ବିରୋଧୀଙ୍କ ରଣନୀତି କଣ ରହିବ ସେ ସଂପର୍କରେ ଗତକାଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ସହଯୋଗି ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ସେପଟେ ସରକାର ଏହି ଅଧିବେଶନରେ ପେନସନ୍ ସଂଶୋଧନ, ଡିଜିଟାଲ କରେନ୍ସି ନିୟମ ଭଳି ବିଧେୟକଗୁଡିକୁ ସଂସଦରେ ଗୃହୀତ କରିବା ଲାଗି ମଧ୍ୟ ପ୍ରସ୍ତୁତ ହେଉଛନ୍ତି।

   Related Posts