ବନ୍ୟା ପାଇଁ ନୀଳଗିରିର ୨୦ ଗାଁ ପ୍ରଭାବିତ; ଭୟରେ ଗ୍ରାମବାସୀ

Published By : Prameya-News7 Bureau | September 22, 2018 IST

ବାଲେଶ୍ୱର ୨୨/୯ : ଗତ ଦୁଇଦିନ ଧରି ଲଗାଣ ବର୍ଷ। କାରଣରୁ ନୀଳଗିରି ଅଚଂଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି କୁ ନେଇ ଏବେ ବି ୨୦ ଟି ଗାଁରେ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି । ୨ ଗୋଟି ଗାଁର ଶତାଧତ୍କ ଘର ଜଳବନ୍ଦୀ ଅବସ୍ଥାରେ ରହିଛି । ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳରେ ଗତ ଦୁଇଦିନ ଧରି ଲଗାଣ ବର୍ଷ। କାରଣରୁ ତ୍ରାହି ତ୍ରାହି ଡାକୁଛନ୍ତି ୨୦ ଟି ଗାଁର ଗ୍ରାମବାସୀ । ଅଯୋଧ୍ୟା କାଠପାଳ ଦେଇ ପ୍ରଭାବିତ ହେଉଥିବା ସୋନ ନଦୀରେ ବନ୍ୟାଜଳ ବାହାରି ଦୁଇ ଗୋଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଥିବାବେଳେ ୨୦ଟି ଗାଁ ପ୍ରଭାବିତ ହୋଇଛି । ଗତକାଲି ପ୍ରଶାସନ ତରଫରୁ ସ୍ପେଶାଲ ରିଲିଫ ସ୍କାର୍ଡ କରିଆ ଓ କାଠପାଳ ଗାଁକୁ ଯାଇ ଗ୍ରାମବାସୀ ମାନଙ୍କୁ ଉଦ୍ଧାର କରିଥିବା ବେଳେ କାଂଶ ଅଚଂଳରେ ରଖିଛନ୍ତି । ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିଲେ ମଧ୍ୟ ୨୦ ଟି ଗାଁରେ ବିଭିନ୍ନ ଘରଗୁଡିକରେ ପାଣି ପଶିଯାଇଛି । ଭୋକ ଉପାସରେ ଆଉଟୁ ପାଉଟୁ ହେଉଥିବା ବେଳେ ସରକାରୀ ସହାୟତା ସହ ଖାଦ୍ୟ ଯୋଗାଇବାକୁ ଦାବୀ ହେଉଛି । ଅଚଂଳବାସୀଙ୍କ ଦୁର୍ଦ୍ଧଶା ବଢିଚାଲିଥିବା ବେଳେ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଗାଁ ଗାଁ ବୁଲି ପରିସ୍ଥିତିର ଅନୁଧ୍ୟାନ କରିବା ସହ ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଛନ୍ତି । ପ୍ରଶାସନିକ ସ୍ତରରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବେ ବୋଲି ସେମାନେ ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.