Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆସୁଛି ବାତ୍ୟା , ସଜାଗ ପ୍ରଶାସନ : ଭଦ୍ରକରେ ପହଞ୍ଚିଲା NDRF ଟିମ୍‌

17/05/2020 at 1:18 PM

ଭଦ୍ରକ ୧୭।୦୫:  ବାତ୍ୟା ରୂପ ନେବା ପରେ ସ୍ଥଳଭାଗ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ଅମ୍ଫାନ’ । ତେବେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ବାତ୍ୟା ‘ଅମ୍ଫାନ’ ଏବେ ପାରାଦୀପଠାରୁ ୯୯୦ କିଲୋମିଟର ଦୂରରେ ରହିଛି ।  ତେବେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଅମ୍ଫାନ’ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ହୋଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ-ବାଂଲାଦେଶ ସୀମାନ୍ତର ସାଗର ଦ୍ବୀପ ଏବଂ ହାତିୟା ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍  କରିବ ବୋଲି ଅନୁମାନ କରାଯାଇଛି । ତେବେ ବାତ୍ୟା ସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକରେ NDRFର ଦୁଇଟି ଟିମ୍ ପହଞ୍ଚିଛି । ‌

ଦ୍ରକରେ NDRF ଟିମ୍‌ର ୨ଟି ୟୁନିଟ ପହଞ୍ଚିଛି । ପ୍ରଥମ ୟୁନିଟ ଏବେ ଧାମରାରେ ମୃତୟନ କରାଯାଇଛି । ତେବେ ଆଉ ଗୋଟିଏ ୟୁନିଟକୁ ଚାନ୍ଦବାଲି ଯିବା ନେଇ ସୂଚନା ରହିଛି । ପ୍ରତ୍ୟକ ୟୁନିଟରେ ୨୧ଜଣ ସଦସ୍ୟ ରହିଛନ୍ତି । ସମ୍ଭାବ୍ୟ ବାତ୍ୟା ନେଇ ଭଦ୍ରକରେ ପହଞ୍ଚିଛନ୍ତି NDRF ଟିମ୍ । ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନ ପାଇଁ ତତ୍ପର ଦେଖାଦେଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଦ୍ରକ ବିଧାୟକଙ୍କ ସହ ସମ୍ଭାବ୍ୟ ବାତ୍ୟା ନେଇ ଭିଡିଓ କନଫେରେନ୍ସ ରେ ଆଲୋଚନା କରିଛନ୍ତି । ଏହି ଭଳି ସ୍ଥିତି ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଛନ୍ତି । ଆଗାମୀ ସମୟ ରେ କୌଣସି କାରଣ ରୁ ସାଧାରଣ ବଣ୍ଟନ ରୁ ବାଦ ପଡିଥିବା ହିତାଧିକାରୀ ଙ୍କୁ ଯୋଡ଼ା ଯିବା ନେଇ ସୂଚନା ମିଳିଛି । ତେବେ ଭଦ୍ରକ ଜିଲ୍ଲା ରେ ସମ୍ଭାବ୍ୟ ବାତ୍ୟା ପାଇଁ ଶୁଖିଲା ଖାଦ୍ୟ ର ମହଜୁଦ ଉପରେ ଧ୍ୟାନ ଦିଆଯାଉଥିବା କହିଛନ୍ତି ବିଧାୟକ ସଞ୍ଜୀବ ମଲ୍ଲିକ । ମନ୍ତ୍ରୀ ରାସନ ଯୋଗାଣ ଓ ଶୁଖିଲାଖାଦ୍ୟ ର ମହଜୁଦ ନେଇ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।
Byte – ସଞ୍ଜୀବ ମଲ୍ଲିକ ( ବିଧାୟକ ଭଦ୍ରକ )

   Related Posts