Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଦ୍ବିତୀୟ ଶ୍ରାବଣ ସୋମବାର: ବିବାହିତ ନାରୀ ଏମିତି ପୂଜା କଲେ ଲାଭ କରିବେ ଶିବଙ୍କ କୃପା…

28/07/2019 at 8:25 PM

 ମାସ ମଧ୍ୟରୁ ଶ୍ରାବଣ ଏକ ପବିତ୍ର ମାସ। ଏହି ମାସରେ ପ୍ରଭୁ ଶିବଙ୍କୁ ପୂଜା କରିବାର ବିଶେଷ ପରମ୍ପରା ରହିଛି। ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ବିଶେଷ ମହିମା ରହିଛି। ଉଜୈନର ଜ୍ୟୋତିଷ ପି. ମନିଶ୍ ଶର୍ମାଙ୍କ କହିବାନୁଯାୟୀ, ପ୍ରାଚୀନ କାଳରେ ମାତା ସତୀଙ୍କ ପିତା ଦକ୍ଷଙ୍କ ଅଗ୍ନି କୁଣ୍ଡରେ ଦେହ ତ୍ୟାଗ କରିଥିଲେ। ମାତା ଦେହ ତ୍ୟାଗ କରିବା ପରେ ରାଜ ହିମାଳୟରେ ପାର୍ବତୀ ରୂପରେ ଜନ୍ମ ଗ୍ରହଣ କରିଥିଲେ। ଶିବଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ପାର୍ବତୀ ଶ୍ରାବଣ ମାସରେ କଠୋର ତପସ୍ୟା କରିଥିଲେ। ପାର୍ବତୀଙ୍କ ତ୍ୟାଗ ଓ ତପସ୍ୟାରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ବିବାହ କରିଥିଲେ। ଶ୍ରାବଣ ମାସରେ ପାର୍ବତୀଙ୍କୁ ପତ୍ନୀ ରୂପରେ ଭଗବାନ ଶିବ ପାଇଥିବାରୁ ଏହି ମାସରେ ଶିବଙ୍କ ବିଶେ​‌ଷ ମହିମା ରହିଛି।

ଜୁଲାଇ ୨୯ ତାରିଖ ଶ୍ରାବଣ ମାସର ଦ୍ବିତୀୟ ସୋମବାର

ଆସନ୍ତାକାଲି ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଶ୍ରାବଣ ମାସରେ ପଡୁଥିବା ସୋମବାର ଦିନ ଭଗବାନଙ୍କ ବିଶେଷ ମହିମା ରହିଛି। ସୋମବାର ଦିନ ସକାଳୁ ଶୀଘ୍ର ବିଛଣା ପରିତ୍ୟାଗ କରନ୍ତୁ। ସକାଳୁ ସ୍ନାନକରି ମନ୍ଦିରକୁ ଯାଆନ୍ତୁ ଓ ଶିବଙ୍କୁ ଦର୍ଶନ କରନ୍ତୁ। ଏଥିସହ ଘରେ ଥିବା ବିଦ୍ୟା ଦାତା ଗଶେଷଙ୍କୁ ମଧ୍ୟ ପୂଜା କରନ୍ତୁ।

ପ୍ରତ୍ୟେକ ବ୍ୟକ୍ତି ମନ୍ଦିର ଯାଇ ‘ଓଃ ନମଃ ଶିବାୟ’ ମନ୍ତ୍ର ତୁଣ୍ଡରେ ଉଚ୍ଚାରଣ କହିବା ସହ ଲେଖନ୍ତୁ।  ଶିବଲିଙ୍ଗ ଉପରେ ଜଳ ଅଭିଷେକ କରିବା ସହ ୨୧ଟି ବେଲ ପତ୍ର ଅର୍ପଣ କରନ୍ତୁ। ଏହାପରେ ଧୂପ, ଭୋଗ ଓ ପୂଜା ସାମଗ୍ରୀ ନେଇ ଶିବଙ୍କୁ ପୂଜା କରନ୍ତୁ। ବିବାହିତ ଦମ୍ପତି ଶ୍ରାବଣ ମାସର ସୋମବାର ଦିନ ମନ୍ଦିର ଯାଇ ଶିବଙ୍କୁ ଦର୍ଶନ କରନ୍ତୁ।

ବିବାହିତ ମହିଳା ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ବ୍ରତ ପାଳନ କରନ୍ତୁ। ଏହାଦ୍ବାରା ସ୍ବାମୀର ଦୀର୍ଘ ଆୟୁ ବଢ଼ିବା ସହ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ବିବାହିତ ମହିଳାମାନେ ମୋମବାର ଦିନ ସକାଳୁ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରି ଶିବଙ୍କ ଦର୍ଶନ କରିଥାନ୍ତି। ଧୂପ, ଝୁଣା ଓ ଭୋଗ ଦେଇ ଶିବଙ୍କୁ ପୂଜା କରିଥାନ୍ତି। ସକାଳୁ ସ୍ବାମୀଙ୍କ ପାଦ ସ୍ପର୍ଶକରି ନମସ୍କାର କରନ୍ତୁ। ଘରେ ଓ ଆଖପାଖରେ ଥିବା ଗୁରୁଜନଙ୍କୁ ନମସ୍କାର କରିବା ସହ ସକାଳୁ କୁଆକୁ ଚାଉଳ ଖାଇବକୁ ଦିଅନ୍ତୁ। ସ୍ବାମୀଙ୍କ ସହ ଶିବ ମନ୍ଦିର କିମ୍ବା ଘରେ ଥିବା ଭୋଲେନାଥଙ୍କ ପାଖରେ କିଛି ସମୟ ପାଇଁ ବସି ଓଃ ନମଃ ଶିବାୟ ମନ୍ତ୍ରୀ ଜପ କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ପିଲା, ସ୍ବାମୀ ଓ ପରିବାରର ସମସ୍ତ ସଦସ୍ୟ ଖୁସିରେ ରହିବେ। ଏହି ସୋମବାର ଦିନ ଭକ୍ତିର ସହ ଶିବଙ୍କୁ ପ୍ରାର୍ଥନ କଲେ ନିଶ୍ଚିତ ଆପଣଙ୍କୁ ଇଚ୍ଛା ପୂରଣ ହେବ।

ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଅଟାଗୁଳା କରି ମାଛକୁ ଖାଇବାକୁ ଦିଆଯାଇଥାଏ। ଏଥିସହ ପଶୁ ଓ ପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦିଆଯାଇଥାଏ। ଏଥିସହ କାମ କରିବା ସମୟରେ ଓଃ ନମଃ ଶିବାୟ’ ଜପ କରିବା ଉଚିତ୍ । ଏହା କରିବା ଦ୍ବାର ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯାଇଥାଏ।   

   Related Posts