ସପ୍ତାହକରେ ଦ୍ୱିତୀୟବାର କ୍ୟାବିନେଟ୍ ବୈଠକ, ୨ଟି ଅଧ୍ୟାଦେଶ ସମେତ ଏହି ସବୁ ପ୍ରସ୍ତାବରେ ବାଜିଲା ମୋହର

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୩।୬: ପ୍ରଧାନମନ୍ତ୍ରୀ ଆବସ ୭, ଲୋକକଲ୍ୟାଣ ମାର୍ଗରେ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ  ଅଧ୍ୟକ୍ଷତା କରିଥିବା ବେଳେ ଗୋଟିଏ ସପ୍ତାହରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଏହା ଦ୍ୱିତୀୟ ବୈଠକ। କେନ୍ଦ୍ର କ୍ୟାବିନେଟ୍‌ର ପ୍ରଥମ ବୈଠକ ଗତ ସୋମବାର ଅନୁଷ୍ଠିତ ହୋଇଥିଲା।

{"id":280713,"sizeSlug":"large"}

ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ବୈଠକ ଦୀର୍ଘ ୨ ଘଣ୍ଟା କାଳ ଚାଲିଥିଲା। ଏଥିରେ ମନ୍ତ୍ରୀମମ୍ଡଳର ବରିଷ୍ଠ ମନ୍ତ୍ରୀମାନେ ଯୋଗଦେଇଥିବା ବେଳେ ୨ଟି ଅଧ୍ୟାଦେଶକୁ ମଞ୍ଜୁରି ମିଳିଛି। ଏଥିରେ ଅତ୍ୟାବଶକୀୟ ସାମଗ୍ରୀ ଅଧିନିୟମ ଓ ଏପିଏସି ଅଧିନିୟମରେ ସଂଶୋଧନକୁ ମନ୍ତ୍ରୀମଣ୍ଡଳର ମଞ୍ଜୁରି ମିଳିଛି। ଏହି ସଂଶୋଧନ ପରେ ଚାଷୀ ତାଙ୍କ ଅମଳ ଫସଲ ସିଧା ବିକିପାରିବେ। ଚାଷୀଙ୍କ ଲାଗି ଏକ ଦେଶ ଏକ ବଜାର ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

{"id":280729,"sizeSlug":"large"}

ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଦେଶରେ କୃଷି ଉତ୍ପାଦନରେ ଅଭାବ ନାହିଁ। ଏଣୁ ଚାଷୀଙ୍କୁ ବନ୍ଧନରେ ବାନ୍ଧି ରଖିବା ଭଳି ଆଇନର ଏବେ ଆବଶ୍ୟକତା ନାହିଁ। ତେବେ ଆଇନ ଯୋଗୁ କୃଷିକ୍ଷେତ୍ରକୁ ନିବେଶ ଆସି ପାରୁନଥିବା ବେଳେ ରପ୍ତାନୀରେ ବାଧା ସୃଷ୍ଟି କରୁଛି। ଏଣୁ ସରକାର କୃଷକ ବିରୋଧୀ ଆଇନକୁ ଦେଶରୁ ସମାପ୍ତ କରିଦେବାକୁ ନିଷ୍ପତ୍ତିନେଇଛନ୍ତି। ଫଳରେ ଚାଷୀ ଏବେ ନିଜର ଉତ୍ପାଦ ଲାଗି ବଜାରରୁ ଭଲ ମୂଲ୍ୟ ପାଇପାରିବ।

wp:html /wp:html

ସେହିପରି କେନ୍ଦ୍ରମନ୍ତ୍ରୀ କମ୍ପାନୀମାନଙ୍କ ଲାଗି ଏମ୍ପାୱାର୍ଡ ଗ୍ରୁପ ଅଫ ସେକ୍ରେଟାରୀଜ ଗଠନ ଲାଗି ନିଷ୍ପତ୍ତି ହୋଇଥିବା କହିଛନ୍ତି। ଏଣୁ ପ୍ରତ୍ୟେକ ମନ୍ତ୍ରାଳୟରେ ପ୍ରୋଜେକ୍ଟ ଡେଭଲପମେଣ୍ଟ ସେଲ ଗଠିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ଦେଶରେ ନିବେଶ ଆହୁରି ସୁବିଧାଜନକ ହେବା ସହ ଅର୍ଥନୀତିକୁ ବୁଷ୍ଟ ମିଳିବ ଓ ରୋଜଗାରର ଅବସର ସୃଷ୍ଟି ହେବ। ସେହିପରି ମନ୍ତ୍ରୀମଣ୍ଡଳ ବୈଠକରେ କୋଲକାତା ବନ୍ଦରକୁ ଡା.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରିବା ଲାଗି ନିଷ୍ପତ୍ତି ହୋଇଥିବା ଜାବଡେକର କହିଛନ୍ତି। ଏହାଛଡା ଆୟୁଷମନ୍ତ୍ରାଳୟରେ ଫାର୍ମୋକୋପିୟୋ କମିସନ ଫର ଇଣ୍ଡିଆନ ମେଡିସିନ ଆଣ୍ଡ ହୋମିୟୋପ୍ୟାଥି ଗଠନ ଲାଗି କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.