ଦୁଇଟି ପିଲାର ମାଆ ପୁଣିଥରେ କଲେ ପ୍ରେମବିବାହ , ଦୁଇବର୍ଷ ଯାଇନି ହତ୍ୟାକଲା ପ୍ରେମିକ

Published By : Prameya-News7 Bureau | April 04, 2019 IST

ନାଲାଗଡ଼ ୪/୩- ବିବାହିତ ମହିଳାଙ୍କ ପରକୀୟା ପ୍ରେମ ।  ବିବାହର ୨୦ ବର୍ଷ  ପରେ ଆଉଜଣେ ଯୁବକଙ୍କ ସହ ପ୍ରେମକରି ବିବାହ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ହିମାଂଚଳ ପ୍ରଦେଶର  ନାଲାଗଡ଼ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶଶୀ ଠାକୁର ନାମକ ଜଣେ  ମହିଳାଙ୍କର ବିବାହ ଅମର ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା ।  ଶଶୀ ଓ ଅମରଙ୍କ ଠାରୁ ୩ଟି ପିଲା ଥିବା ମଧ୍ୟ ଜଣାଯାଇଛି ।

ବିବାହର ୨୦ ବର୍ଷପରେ ଅମର ଓ ଶଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଏମିତି  ବିଚ୍ଛେଦ ହେବାକୁ ପରିବାର ଲୋକ ଚାହୁଁ ନଥିଲେ । ସେମାନେ ଅଲଗା ହୋଇରହିବା ପରେ ଶଶୀର ଭାଇ ମଣ୍ଡି ଅଂଚଳରେ ଏକ ଦୋକାନ ଦେଇଥିଲେ । ସେହି ଦୋକାନ ଚଳାଇ ଶଶୀ  ପରିବାର କରୁଥିଲା ପ୍ରତିପୋଷଣ ।

ଦୋକାନକୁ ଯିବା ଆସିବା କରୁଥିବା ସମୟରେ ଦେବରାଜ ନାମକ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ଦେବରାଜ ବିବାହ କରିବାକୁ ଶଶୀକୁ ପ୍ରସ୍ତାବ ଦେଇଥିଲା । ଶଶୀ ସହ  ଦୁଇଜଣ ପିଲା ଥିବା କଥା ଜାଣି ବି ସୁଦ୍ଧା ରାଜି ହୋଇଥିଲା ଦେବରାଜ । ସେମାନେ ୨୦୧୭ ମସିହାରେ ବିବାହ କରି ସାଙ୍ଗରେ ରହୁଥିଲେ ।

ଏଇ ମାସରେ ୨ ପିଲାଙ୍କୁ ଛାଡ଼ି ରାମସହର ବୁଲିବାକୁ ଯାଇଥିଲେ ଶଶୀ ଓ ଦେବରାଜ । ସେମାନେ ଏକ ସପ୍ତାହ ଭିତରେ ଫେରିଆସିବାକୁ କହିଥିଲେ । କିନ୍ତୁ ସେମାନେ ଫେରି ନଥିବାରୁ ଘରେ ଛାଡ଼ି ଯାଇଥିବା ବଡ଼ ଝିଅ ଫୋନ ଯେତେ କଲେ ବି କେହି ରିସିଭ କରି ନଥିଲେ । ଲଗାତର ଦଶଦିନ ଫୋନ କରିବା ପରେ ଫୋନ ସୁଇଚ ଅଫ୍ ହୋଇଯାଇଥିଲା ।

ମହିଳାଙ୍କ ଦୁଇଝିଅ ରାମସହର ଯାଇଥିଲେ । ସେମାନେ ଚାଲିଚାଲି ସହର ପାଖର ଏକ ରାସ୍ତାରେ ଗଲାବେଳେ ଜଣେ ମହିଳାଙ୍କ ଶବ ପଡ଼ିଥିବା ଦେଖିଥିଲେ । ଅତି ନିକଟରୁ ଦେଖିବା ପରେ ମହିଳା ଜଣକ ତାଙ୍କ ମାଆ ବୋଲି ଜାଣି ପାରିଥିଲେ । ତାଙ୍କୁ କେହି ହାଣି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାରେ ପରେ ମହିଳାଙ୍କ ୨ୟ ସ୍ଵାମୀ ଦେବରାଜ ଫେରାର ଥିବା କଥା ଜଣାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରି ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.