ୱେଲିଂଟନ ଟେଷ୍ଟ : ୨ୟ ଦିନରେ ଭାରତୀୟ ବୋଲରଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡର ଅଧା ଟିମ୍‌ ଆଉଟ୍

Published By : Prameya-News7 Bureau | February 22, 2020 IST

ଓ୍ବେଲିଟଂନ ୨୨।୦୨:   ଭାରତ- ନ୍ୟୁଜିଲାଣ୍ଡ ୱେଲିଂଟନ୍ ଟେଷ୍ଟର ଦ୍ବିତୀୟ ଦିନ ଶେଷ ହୋଇଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨୧୬ରନ୍‌ ସଂଗ୍ରହ କରିଛି । ଭାରତ ଠାରୁ ୫୧ରନ୍‌ ଆଗୁଆ ରହିଛି କିଓ୍ବି ଟିମ୍‌ । ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍‌  ଓ୍ବିଲିୟନସନ୍‌ ସର୍ବାଧିକ ୮୯ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ତେବେ ଖରାପ ଆଲୋକ ଯୋଗୁଁ ଦ୍ବିତୀୟ ଦିନର ଖେଳ ସମୟ ପୂର୍ବରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

{"id":227559,"sizeSlug":"large"}

 ଟସ୍‌ ହାରି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡର ଘାତକ ବୋଲିଂକୁ ସାମ୍ମା କରିବାରେ ବିଫଳ ହୋଇଥିଲା । ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ପୁଣି ଫେଲ ମାରିଥିଲା ଭାରତର ଟପ୍‌ ଅର୍ଡର । ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ୩୪,ଚେତେଶ୍ବର ପୂଜାର ୧୧,ଅଧିନାୟକ ବିରାଟ କୋହଲି ୨,ହନୁମା ବିହାରୀ ୭ରନ୍‌, ରିଷଭ ପନ୍ଥ ୧୯, ମହମ୍ମଦ ସାମି ୨୧ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ଦଳ ପକ୍ଷରୁ ସର୍ବାଧିକ ୪୬ରନ୍‌ କରିଥିଲେ  । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ଓ ସାଉଦି ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ  ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ବିକେଟ୍ ନେଇଛନ୍ତି । ଭାରତ ୬୮.୧ ଓଭର ଖେଳି ୧୬୫ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

{"id":227564,"sizeSlug":"large"}

ଭାରତ ପକ୍ଷରୁ ଦିଆଯାଇଥିବା ୧୬୫ରନ୍‌ ଟାର୍ଗେଟକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଦଳ । ତେବେ ଭାରତ ପରି ମଧ୍ୟ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ମା କରିବାକୁ ପଡିଥିଲା । ଦଳୀୟ ସ୍କୋର ୭୩ରନ୍‌ ହୋଇଥିବା ବେଳେ ଦୁଇ ଓପନର ପାଭିଲିୟନ ଫେରିଯାଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍‌ ଲାଥମ ୧୧, ଟିମ୍‌ ବ୍ଲଣ୍ଡେଲ୍‌ ୩୦, ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୮୯, ରସ୍‌ ଟେଲର ୪୪, ନିକୋଲାସ୍‌ ୧୭ରନ୍‌ କରି ଆଉଟ ହୋଇଛନ୍ତି । ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ  ୭୧.୧ ଓଭରରେ ୫ଓ୍ବିକେଟ୍‌ ହରାଇ ୨୧୬ରନ୍‌ ସଂଗ୍ରହ କରିଛି । ତେବେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ ୩ଟିଓ୍ବିକେଟ ନେଇଥିବା ବେଳେ ସାମି ଓ ଅଶ୍ବନୀ ୧-୧ଲେଖାଏଁ ଓ୍ବିକେଟ ନେଇଛନ୍ତି ।

{"id":227565,"width":581,"height":327,"sizeSlug":"large"}

ଆସନ୍ତାକାଲି ଭାରତୀୟ ସମୟ ୪ଟାରୁ ପୁଣି ଥରେ ଖେଳ ଆରମ୍ଭ କରିବ ନ୍ୟୁଜିଲାଣ୍ଡ ଟିମ୍‌ । ତେବେ ପିଚ୍‌ ବୋଲରଙ୍କୁ ସୁହାଉଥିବାରୁ ସକାଳ ସମୟରେ ଏହାର ଫାଇଦା ନେବାକୁ ଭାରତୀୟ ବୋଲର ନିଜର ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.