ଆଜି ରଜ ସଂକ୍ରାନ୍ତି: ମଉଜ ପଡିଛି ଫିକା, ପରମ୍ପରା ବଜାୟ ରଖିବାକୁ ଘରେ ଘରେ ପାଳନ ହେଉଛି ଉତ୍ସବ

Published By : Prameya-News7 Bureau | June 15, 2021 IST

ଭୁବନେଶ୍ୱର ୧୫/୬ : ଓଡିଆରେ ବାର ମାସରେ ତେର ପରବ ମଧ୍ୟରୁ ରଜ ପର୍ବର ରହିଛି ଅନେକ ସ୍ୱତନ୍ତ୍ରତା । ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ ୩ ଦିନିଆ ରଜ ମହୋତ୍ସବ । ଗତକାଲି ପହିଲି ରଜ ଥିଲା । ଆଜି ହେଉଛି ରଜ ସଂକ୍ରାନ୍ତି, ଏବଂ ଆସନ୍ତାକାଲି ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।

wp:gallery {"ids":[25807],"linkTo":"none"} /wp:gallery

ସେଥିପାଇଁ ଧରିତ୍ରୀକୁ ବିଶ୍ରାମ ଦେବା ପାଇଁ କୁମାରୀ ଝିଅ ତଥା ବୋହୁମାନେ କିଛି କାମ କରିନଥାଆନ୍ତି । କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି । ହେଲେ ଏ ବରଷ ରଜ ପାଳନରେ ବ୍ରେକ୍ ଲଗାଇଦେଇଛି କରୋନା । ଲକଡାଉନ ହେତୁ ଘରୁ ବାହାରିବାକୁ ମନା କରାଯଇଛି ।

ସେଥିପାଇଁ ଘରେ ରହି ରଜ ପାଳିଛନନ୍ତି ସବୁ ଓଡିଆ । କେବଳ ସେତିକି ନୁହେଁ ଗାଁ ଗହଳି ତଥା ରାସ୍ତାଘଟରେ ବି ଏଥର ଦୋଳି ଖେଳ ଦେଖିବାକୁ ମିଳିନି । ନାଁ ଅଛି ଖେଳକୁଦ ନାଁ ଅଛି ଏକାଠି ବୁଲି ପାନ ଖାଇବାର ମଜା । ତଥାପି କେହି କେହି ଘରେ ରହି ଏସବୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.