ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ; ଆଜି ଉପସ୍ଥାପିତ ହେବ ୨୦୧୮-୧୯ ମସିହା ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍

Published By : Prameya-News7 Bureau | September 05, 2018 IST

ଭୁବନେଶ୍ବର ୫|୯: ବିଧାନସଭାରେ ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନରେ ୨୦୧୮-୧୯ ମସିହା ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ସେହିପରି ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ଦ୍ବିତୀୟ ସଂଶୋଧନ ବିଲ୍ ୨୦୧୮କୁ ଉପସ୍ଥାପନ ପାଇଁ ଗୃହରେ ପ୍ରସ୍ତାବ ଦିଆଯିବ । ଏହାସହ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓଡିଶା ସମବାୟ ସମିତି ସଂଶୋଧନ ବିଲ ୨୦୧୮କୁ ଉପସ୍ଥାପନ ପାଇଁ ପ୍ରସ୍ତାବ ରଖିବେ । ଗାନ୍ଧି ଯାନ୍ତ୍ରୀକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ବବିଦ୍ୟାଳୟ ଓଡିଶା ବିଲ୍ ୨୦୧୮ ସଂମପର୍କରେ ପ୍ରସ୍ତାବ ରଖିବେ ମନ୍ତ୍ରୀ ଉଷାଦେବୀ । ଏହାସହ ଗୃହରେ ଆଜି ଅନେକ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍କ ଆଲୋଚନା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.