ଦ୍ୱିତୀୟ ଦିନରେ କୋଣାର୍କ ବାଲୁକା କଳା, ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ଗୁରୁତ୍ବ

Published By : Prameya-News7 Bureau | December 02, 2021 IST

କୋଣାର୍କ, ୦୨/୧୨: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ନିକଟ ବେଳାଭୂମିରେ ଆଜି ଦ୍ୱିତୀୟ ଦିବସରେ  ବାଲୁକା କଳା ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶିତୁଆ ସନ୍ଧ୍ୟାର ଆଲୋକ ମାଳାରେ ବାଲୁକାକଳାର ଭରପୁର ମଜା ନେଉଛନ୍ତି ଦର୍ଶକ । ଆଜି ବାଲୁକା କଳାର ଦିତୀୟ ସନ୍ଧ୍ୟାରେ ଯୋଗଦାନ କରିଥିବା କଳାକାରମାନେ ଇକୋ ଟୁରିଜିମ୍ ଏବଂ ଓଡ଼ିଆ ଘରର ପରମ୍ପରା ଓ ସଂସ୍କୃତିକୁ ନେଇ ମା ଲକ୍ଷ୍ମୀଙ୍କ ଗୁରୁବାର ମାଣବସା ଓଷାକୁ ନିଖୁଣ ଭାବରେ ବାଲୁକା କଳାରେ ଦର୍ଶାଇଛନ୍ତି ।

wp:html /wp:html

କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏହି ବାଲୁକା କଳା ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ମାକ୍ସ, ସାନାଟାଇଜକୁ ଗୁରୁତ୍ବ ଦିଆଯାଇଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସବୁ ଉପରେ ଅଧିକ ମାତ୍ରାରେ ଗୁରୁତ୍ବ ଦିଆ ଯାଉଥିବା ବେଳେ ଏହାକୁ ମଧ୍ୟ ପର୍ଯ୍ୟଟକମାନେ ଅଧିକ ଗୁରୁତ୍ବ ଦେଉଛନ୍ତି । କୋଣାର୍କ ଭଳି ସ୍ଥାନରେ ବାଲୁକା କଳାର ସୁଯୋଗ ମିଳିଥିବାରୁ ଆମେମାନେ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଦେବା ସହ ନିଜକୁ ମଧ୍ୟ ଗର୍ବିତ ବୋଲି ପର୍ଯ୍ୟଟକ କହିଥିଲେ । ବାଲୁକା କଳା ମାଧ୍ୟମରେ ଆମ ସଂସ୍କୃତି ଆମ ପରମ୍ପରାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଏହାକୁ ଆହୁରି ଆଗକୁ ନେବା ଲାଗି ଦୀର୍ଘ ୧୨ ବର୍ଷ ଧରି ଏହି ବାଲୁକା କଳା ମାଧ୍ୟମରେ ଦର୍ଶକ ମାନଙ୍କୁ ମଜା ଦେଉଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.