ଦିଲ୍ଲୀରେ କଂଗ୍ରେସର ମାନସ ମନ୍ଥନ : କର୍ମୀଙ୍କୁ ସୋନିଆଙ୍କ ମନ୍ତ୍ର

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ ୧୩।୯: ଦିଲ୍ଲୀରେ କଂଗ୍ରେସର ମାନସ ମନ୍ଥନର ଆଜି ହେଉଛି ଦ୍ବିତୀୟ ଦିନ । ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କୁଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ତେବେ ଆଜିର ବୈଠକରେ ସବୁ ରାଜ୍ୟର ସଂପାଦକମାନେ ଯୋଗ ଦେବେ ।  କଂଗ୍ରେସର ନୀତି ଓ ଆର୍ଦଶ କିଭିଳି ତୃଣମୂଳସ୍ତରରେ ପହଞ୍ଚିବ ତା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବ । କଂଗ୍ରେସ ଏଥିପାଇଁ ପ୍ରେରକ ନାମରେ ଏକ କ୍ୟାଡର ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରେରକ ମାନେ ହିଁ କଂଗ୍ରେସର ଅସଲ ପ୍ରଚାରକ ହେବେ ।

ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀମାନେ ପ୍ରଥମେ ଯୋଗ୍ୟ ବ୍ୟକ୍ତି ଚୟନ କରିବା ପରେ ପିସିସିର ବରିଷ୍ଠ ଅଧିକାରୀମାନେ ସେମାନଙ୍କର ସାକ୍ଷାତକାର ନେବେ । ସାକ୍ଷାତକାର ଆଧାରରେ ହିଁ ପ୍ରେରକ ଚୟନ ହେବେ ।

ବିଶେଷ କରି ଲୋକଙ୍କ ପାଖରେ ପହଞ୍ଚିବା ଓ ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସେମାନଙ୍କ ପାଖରେ ପହଞ୍ଚାଇବା ହିଁ ଏହି ପ୍ରେରକମାନଙ୍କର ମୁଖ୍ୟ କାମ ହେବ । ମୋଟାମୋଟି କହିବାକୁ ଗଲେ ଗ୍ରାଉଣ୍ଡଲେଭଲରୁ ହିଁ ସଙ୍ଗଠନ ସଜାଡ଼ିବା ଉପରେ ଏଥର ଜୋର ଦେଇଛନ୍ତି ସୋନିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.