ଦ୍ଵିତୀୟ ଦିନରେ ଆନ୍ଦୋଳନ ; ରାସ୍ତା କଡରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ

Published By : Prameya-News7 Bureau | July 11, 2018 IST

ଦ୍ଵିତୀୟ ଦିନରେ ପହଞ୍ଚିଲା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଆନ୍ଦୋଳନ । ୨ ହଜାର ଆଦିବାସୀ ପିଲାଙ୍କୁ ଜାତିଗତ ପ୍ରମାଣ ପତ୍ର ନଥିବାରୁ ବିଦ୍ୟାଳୟରୁ ବାହାର କରାଯାଇଥିବା ଦର୍ଶାଇ ଗତକାଲି ଠାରୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଲାଙ୍କୁ ପାଠ ପଢାଉଛନ୍ତି କଂଗ୍ରେସ କର୍ମୀ । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନିୟ ଘଟଣା । ଆଦିବାସୀ ପିଲାଙ୍କୁ ପୁନଃ ଆଶ୍ରମ ସ୍କୁଲରେ ଦାଖଲ କରିବା ଦାବିରେ କଂଗ୍ରେସ ନେତା ପ୍ରଦିପ ମାଝିଙ୍କ ସହ ଅନେକ କଂଗ୍ରେସ କର୍ମୀ ଧାରଣାରେ ବସିବା ସହ ରାସ୍ତା କଡରେ ପୁଣି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭିନବ ବିଦ୍ୟାଳୟ ଖୋଲି ପାଠ ପଢାଉଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ଏହାର କାରଣ ଜାତିଗତ ପ୍ରମାଣ ପତ୍ର ନଥିବାରୁ ଗତ ଦୁଇ ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପ୍ରାୟ ଦୁଇ ହଜାର ଆଦିବାସୀ ପିଲାଙ୍କୁ ବିଦ୍ୟାଳୟରୁ ବାହାର କରି ଦେଇଛି । ତେବେ ଜିଲ୍ଲା ପ୍ରଶାସନ ତାଙ୍କର କଥା ନଶୁଣିବାରୁ ସେ ଆଦିବାସୀ ପିଲାଙ୍କୁ ନେଇ ଗତ କାଲି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ଏହି ଆଦିବାସି ପିଲାଙ୍କୁ ପୁଣି ଥରେ ବିଦ୍ୟାଳୟରେ ନଫେରାଇ ନିଆଯିବା ପର୍ଯ୍ୟନ୍ତ ଏହି ଅସ୍ତାୟୀ ବିଦ୍ୟାଳୟ ଚାଲୁ ରହିବ ବୋଲି ପ୍ରଦୀପ ମାଝି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.