ପୋଖରୀରେ ବୁଡି ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | August 24, 2019 IST

ନୀଳଗିରି ୨୪|୮: ପୋଖରୀରେ ବୁଡି ଦ୍ଵିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଉଛନ୍ତି ନୀଳଗିରି ଥାନା ଅଧିନ ଜାମୁଡିହା  ପଂଚାୟତ ଅଧିନ ବାଘମରା ଗ୍ରାମର  ଶମ୍ଭୁ ସିଂଙ୍କ ପୁଅ ବାପୁନୁ । ଗାଁ ସ୍କୁଲରେ ଦ୍ବିତୀୟ ଶ୍ରେଣୀର ଛାତ୍ର ଥିଲେ ବାପୁନ । ଆଜି ସ୍କୁଲରୁ ଫେରି ଗାଧୋଇବା ପାଇଁ ଯାଇଥିଲେ ।

{"id":148291}

ତେବେ ଅନ୍ୟମାନେ ଗାଧୋଉଥିବା ବେଳେ ବାପୁନୁକୁ ନପାଇବାରୁ ଗ୍ରାମବାସୀ  ଖୋଜାଖୋଜି କରିଥିଲେ। ପାଣିରୁ ଉଦ୍ଧାର କରି ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.