ପୁଣି ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ହୋଇପାରେ ବଡ ନିଷ୍ପତ୍ତି

Published By : Prameya-News7 Bureau | February 16, 2019 IST

ଦିଲ୍ଲୀ ୧୬/୨ : ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ପୁଣିଥରେ ସର୍ବଦଳୀୟ ବୈଠକ ଡକା ଯାଇଛି | ରାଜନାଥ ସିଂ ଆଜି ସକାଳ ୧୧ଟା ସମୟରେ ସର୍ବ ଦଳୀୟ ବୈଠକ ଡାକିଥିଲେ | ବୈଠକରେ ରାଜନାଥ ସିଂ କହିଥିଲେ ଯେ, ଭାରତୀୟ ସେନାକୁ ପୁରା ଆଜାଦି ଦିଆଯାଇଛି | ବୈଠକରେ ସମସ୍ତ ରାଜନୈତିକ ଦଳର ନେତା ପ୍ରମୁଖ ଯୋଗ ଦେଇଥିଲେ | କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ, ଦେଶର ଏଭଳି ସଙ୍କଟାପର୍ଣ୍ଣ ସ୍ଥିତିରେ ସେ ଏବଂ ସବୁ ବିରୋଧୀ ଦଳ ସରକାରଙ୍କ ସହିତ ଅଛନ୍ତି | ସରକାରଙ୍କ ନିଷ୍ପତ୍ତିରେ ସେମାନେ ମହମତ ବୋଲି କହିଥିଲେ | ତେବେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୁଲାମ ନବୀ ଆଜାଦ ଗୃହମନ୍ତ୍ରୀଙ୍କୁ କହିଥିଲେ |

{"id":85785}


ବର୍ତ୍ତମାନ ପୁଣିଥରେ ଗୃହମନ୍ତ୍ରୀ ଏକ ସର୍ବଦଳୀୟ ଗୁରୁତ୍ୱପୂର୍ଣ ବୈଠକ ଡାକିଛନ୍ତି | ବୈଠକରେ ଗୃହ ସଚିବ, ଏନଏସଏ ଅଜିତ ଦୋଭାଲ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ ପ୍ରମୁଖ ଉପସ୍ଥିତ ଅଛନ୍ତି | ବୈଠକରେ କୌଣସି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.