Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରଙ୍ଗ : ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ
  • ||
  • କେନ୍ଦ୍ରାପଡା : ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ
  • ||
  • କଳାହାଣ୍ଡି : ନାବାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବଡ ଭାଇକୁ ତୀର ମାଡ
  • ||
  • ତେଲକୋଇ : ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ
  • ||
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • କାମାକ୍ଷାନଗର : ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, ପ୍ରାଣ ହରାଇଲେ ୨ ମାସର ଶିଶୁ କନ୍ୟା
  • ||
  • ସମ୍ବଲପୁର :ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||

ମାତାଲ ଯୁବକର ଉନ୍ମତ୍ତ କାଣ୍ଡ : ୨ମାସର ଶିଶୁ ହାତକୁ ହାଣି କଲା ଦୁଇ ଖଣ୍ଡ

12/08/2020 at 2:37 PM

ଖଇରା,୧୨।୮: ଜଣେ ନିଶାସକ୍ତ ଯୁବକ ମଙ୍ଗଳବାର ନାରକୀୟ କାଣ୍ଡ ଘଟାଇଛି । ମାତାଲ ଯୁବକ ହିତାହିତ ଜ୍ଞାନ ହରାଇ ୨ ମାସର ଶିଶୁ ହାତକୁ କଟୁରିରେ ହାଣି ଦୁଇଗଡ଼ କରି ଦେଇଛି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ଥାନା ଅଧୀନ ପାଇକିପଡ଼ା ଗ୍ରାମରେ । ଜୀବନ ସହିତ ସଂଗ୍ରାମ କରୁଥିବା ଶିଶୁ ଜଣକ ହେଉଛି ଗ୍ରାମର ପଙ୍କଜ ନାଇକୀଙ୍କ କନ୍ୟା ଦିପାଲୀ ।

ସୂଚନା ଅନୁଯାୟୀ ସନ୍ଧ୍ୟାବେଳେ ପଙ୍କଜ ଦିପାଲୀକୁ ଧରି ଟିଭି ଦେଖୁଥିଲେ । ଏତିକିବେଳେ ନିଶାସକ୍ତ ଅବସ୍ଥାରେ ପଡ଼ୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନାଇକୀ (୧୯) ଏକ ଧାରୁଆ କଟୁରି ଧରି ତାଙ୍କ ଘରେ ପଶିଥିଲା । କିଛି କାରଣ ନଥାଇ ପଙ୍କଜଙ୍କ ସହିତ ସେ ଝଗଡ଼ା କରିଥିଲା । ଏଥିସହିତ ଅଚାନକ ସେ ଧାରୁଆ କଟୁରିରେ ପଙ୍କଜଙ୍କୁ ଆକ୍ରମଣ କରିଥିଲା ।

 ଏଥିରେ ପଙ୍କଜଙ୍କ ହାତର ପାପୁଲି ଅଧା କଟି ଯାଇଥିଲା । ଏଥିସହିତ ଦିପାଲୀର ଡାହାଣ ହାତଟି କଟି ଦୁଇ ଗଡ଼ ହୋଇ ଯାଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପହଞ୍ଚି ତୁରନ୍ତ ଦିପାଲୀକୁ ବାଇକ୍‌ ଯୋଗେ ଖଇରା ମେଡିକାଲକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ଏଥିସହିତ ଦିପାଲୀର କଟାହାତକୁ ବି ସାଙ୍ଗରେ ବରଫ ଦେଇ କଟକ ନିଆଯାଇଛି । ଖବରପାଇ ଔପଦା ଥାନା ପୁଲିସ ଖଇରା ମେଡିକାଲରେ ପହଞ୍ଚିଥିଲା ।

   Related Posts