Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟୋଲଗେଟର ଟୟେଲେଟକୁ ଯାଇଥିବା ବିବାହିତା ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ଦୁର୍ବୃତ୍ତ : ଘଟଣାସ୍ଥଳରୁ ଫେରାର

ଘରୋଣ୍ଡା ୧୮/୨: କରନାଲର ବସତାଡ଼ା ଟୋଲରେ ଥିବା ଟୟେଲେଟରେ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଚାକୁ ଦେଖାଇ ଅପହରଣ କରି ନେଇଥିଲେ ଏବଂ କୁଟେଲ୍ ଫ୍ଲାଇଓଭର ପାଖକୁ ନେଇ ଯାଇ ଦୁଷ୍କର୍ମ କରିଥିଲେ। ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୋଲିସ୍ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଲୁଧିଆନାରେ ରହୁଥିବା ବ୍ୟକ୍ତି ନିଜ ପତ୍ନୀଙ୍କ ସହ ରବିବାର ରାତିରେ ଦିଲ୍ଲୀରୁ ଲୁଧିଆନା ଯାଉଥିଲେ। ତାଙ୍କୁ ପାନିପତର କୌଣସି ସମ୍ପର୍କୀୟଙ୍କଠୁ ଟଙ୍କା ନେବାର ଥିଲା। ରାତି ପାଖାପାଖି ୧୨ଟାବେଳେ ଦମ୍ପତ୍ତି ବସତାଡ଼ା ଟୋଲରେ ବସରୁ ଓହ୍ଲାଇଥିଲେ ଏବଂ ସମ୍ପର୍କୀୟଙ୍କ ଅପେକ୍ଷାରେ ଚା ଦୋକାନରେ ବସିଥିଲେ। ଏହି ସମୟରେ ମହିଳା ଟୋଲରେ ଥିବା ଟୟେଲେଟକୁ ଯାଇଥିଲେ। ବାହାରେ ଛିଡ଼ା ହୋଇଥିବା ଦୁଇ ଜଣ ଅସାମାଜିକ ବ୍ୟକ୍ତି ମହିଳାଙ୍କୁ ଜବରଦସ୍ତି ଅପହରଣ କରି ନେଇଯାଇଥିଲେ।

 ମହିଳା ଅଭିଯୋଗ କରିଛନ୍ତି ଯେ କିଛି ଦୂରରେ ଥିବା ଫ୍ଲାଇଓଭର ପାଖରେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ଦମ୍ପତିଙ୍କ ବୟାନ ଆଧାରରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

   Related Posts