ଘରେ ଏଟିଏମ କିନ୍ତୁ ବ୍ୟାଙ୍କରୁ ଗାଏବ ୨ଲକ୍ଷ

Published By : Prameya-News7 Bureau | March 12, 2019 IST

ହଜାରିବାଗ ୧୨/୩- ଆଜିକାଲି ସାଇବର କ୍ରାଇମ୍ ଏତେ ପରିମାଣରେ ବ୍ୟାପିଲାଣି , ଅତି ସହଜଭାବରେ ଲୋକଙ୍କୁ ଠକିଯିବାକୁ ପଡ଼ୁଛି । ବିଶେଷକରି ବ୍ୟାଙ୍କ କ୍ଷେତ୍ରରେ ଅନେକ ଲୋକ ଠକାମିରେ ଶିକାର ହେବାକୁ ପଡ଼ୁଛି । ଘରେ ଥିବ ଏଟିଏମ କାର୍ଡ଼ କିନ୍ତୁ ବ୍ୟାଙ୍କ ଖାତାରୁ ଟଂକା ହୋଇଯାଇଥିବ ଉଭାନ ।

ଏଭଳି ଅଭାବନୀୟ ଘଟଣା ଘଟିଛି ଚଂପାରନର ପୋଡ଼ୋର ଜଣେ ପଂଚାୟତ କର୍ମଚାରୀଙ୍କ କ୍ଷେତ୍ରରେ । ସେ ଘରେ ଥିବା ସମୟରେ ତାଙ୍କ ମୋବାଇଲକୁ ମେସେଜ ଆସିଲା ଜମାଖାତାରୁ ଦୁଇଲକ୍ଷ ଟଂକା ଉଠାଯାଇଛି । ଏହି ମେସେଜ ପାଇବାପରେ ସେ ତାଙ୍କ ସଂଚୟ ଖାତା ଦେଖିବାପରେ ଜମାରାଶି କମ୍ ଥିବା କଥା ଜାଣିବାକୁ ପାଇଥିଲେ । ତା ପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଧିକାରୀ ଯାଂଚ କରି ଘଟଣାର ତଦନ୍ତ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.