ଘଟଗାଁରେ କାର ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ପରେ ହଟିଲା ରାସ୍ତାରୋକ

Published By : Prameya-News7 Bureau | July 24, 2018 IST

ଘଟଗାଁରେ କାର ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି | ସହାୟତା ରାଶି ଘୋଷଣା ପରେ ରାସ୍ତା ଅବରୋଧ ଘଟିଛି | ବ୍ଲକ ପ୍ରଶାସନ ପକ୍ଷରୁ ଛାତ୍ରୀଙ୍କ ପରିବାରକୁ ଘର ଯୋଗାଇଦେବାକୁ ପ୍ରତିଶୃତି ଦେଇଛି ପ୍ରଶାସନ | ଏଠି ସହ ରେଡ କ୍ରସ ପକ୍ଷରୁ ୧୫୦୦୦ ଓ ପ୍ରଶାସନ ପକ୍ଷରୁ ୨୨୦୦୦ ଟଙ୍କା ପ୍ରଦାନ କରାଯାଇଛି | ଆଜି ସକାଳେ ତାରିଣୀ ଠାକୁରାଣୀ କଲେଜର ଯୁକ୍ତ ଦୁଇ ଛାତ୍ରୀ ଅମ୍ବିକା ଦାସ ପ୍ରଥମ ଦିନ କଲେଜରେ ଯୋଗ ଦେଇ ଘରକୁ ଫେରୁଥିଲେ | ଘରକୁ ଫେରୁଥିବା ବେଳେ ତହସିଲ ଛକ ନିକଟରେ ଅମ୍ବିକାଙ୍କୁ ଏକ କାର ଧକ୍କା ଦେଇଥିଲା | କାରଟି ଦ୍ରୁତ ଗତିରେ ଆସୁଥିଲା | ଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନା ନେଇଯାଇଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.