ବାଙ୍କୀ ହୁଳୁହୁଳା ପୋଲ ଉପରେ ୨ ଫୁଟର ମହାନଦୀପାଣି

Published By : Prameya-News7 Bureau | August 29, 2018 IST

ବାଙ୍କୀ ୨୯/୮: ବାଙ୍କୀ ହୁଳୁହୁଳା ପୋଲ ଉପରେ ୨ ଫୁଟ୍ ର ମହାନଦୀ  ବନ୍ୟାପାଣି  ପ୍ରବାହିତ ହେଉଛି । ଘୋଡ଼ବର ଗ୍ରାମ ନିକଟରେ ଥିବା ହୁଲୁହୁଳା ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ବନ୍ୟା ଠାରୁ ଏ ବର୍ଷା  ବନ୍ୟାପାଣି କମ ଥିବା ଜଣାପଡିଛି । ଲୋକମାନେ ପାଣିରେ ଚାଲିକି ଯାତାୟତ କରୁଛନ୍ତି ହେଲେ ଗାଡି ମୋଟର ଯାତାୟତରେ ଅସୁବିଧା ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିବାବେଳେ ଡଙ୍ଗା କି ବୋଟ୍ ର ବ୍ୟବସ୍ଥା କରାଯାଇନି । ଆଗକୁ ଯଦି ମହାନଦୀରେ ବନ୍ୟା ପାଣି ଅଧିକ ହୁଏ ତେବେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୬ଟି ପଂଚାୟତର ଲୋକଙ୍କ ଧନ ଜୀବନ କ୍ଷତି ହେବାର ଆଶଙ୍କା ଅଧିକ । ଏଥିପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.