ହତ୍ୟା ମାମଲାରେ ୬ବର୍ଷରୁ ଫେରାର ଥିବା ୨ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ୍

Published By : Prameya-News7 Bureau | September 18, 2018 IST

କେନ୍ଦୁଝର ୧୮/୯:ବଡ଼ବିଲ ଉଲିବୁରୁର ମହେନ୍ଦ୍ର ମୁଣ୍ଡା ହତ୍ୟା ମାମଲାରେ ଦୀର୍ଘ ୬ବର୍ଷରୁ ଫେରାର ଥିବା ୨ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡ ଚାଇଁବାସାରୁ ଗିରଫ୍ କରିଛି ବଡ଼ବିଲ ପୋଲିସ । ଗିରଫ ୨ଅଭିଯୁକ୍ତ ହେଲେ, ବଡ଼ବିଲ ଉଲିବୁରୁ ଗ୍ରାମର କଚେ ମୁଣ୍ଡା ଏବଂ ଝାଡ଼ଖଣ୍ଡ ନୂଆମୁଣ୍ଡିର ଡୋକା ମୁଣ୍ଡା । ୨୦୧୨ମସିହାରେ ବଡ଼ବିଲ ଥାନା ଉଲିବୁରୁରେ ମହେନ୍ଦ୍ର ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ୪ଜଣ ମିଶି ନିର୍ମମ ଭାବେ ହତ୍ୟା କରିବା ପରେ ଦୀପକ ଷ୍ଟିଲର ଚାରକୋଲ ଡମ୍ପିଂ ୟାର୍ଡ ନିକଟରେ ଫୋପାଡ଼ି ଦେଇଥିଲେ । ଘଟଣାର ତଦନ୍ତ କରି ପୋଲିସ ୨ଜଣ ଅଭିଯୁକ୍ତ ଚକ୍ର ମୁଣ୍ଡା ଓ ପୂର୍ତି ମୁଣ୍ଡାଙ୍କୁ ଗିରଫ୍ କରିଥିବାବେଳେ, ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.