ବେଜିଂ - ଜଣେ ଦୁର୍ନୀତି ଗସ୍ତ ଅଧିକାରୀ ଘରୁ ୧୩ ଶହ କିଲୋ ସୁନା ଓ ୨.୬୨ ଲକ୍ଷ କୋଟି ଟଙ୍କା ଜବତ ହୋଇଛି । ଏହି ଘଟଣା ଚୀନ୍ର । ଜଣେ କ୍ଷମତାଶାଳୀ କମ୍ୟୁନିଷ୍ଠ ଅଧିକାରୀଙ୍କ ଘରୁ ଏହି ସୁନା ଓ ଟଙ୍କା ଜବତ ହୋଇଛି । ଏହି ଅଧିକାରୀ ଜଣଙ୍କ ଲାଞ୍ଚରେ ସୁନା ଓ ଚୀନ୍ ମୁଦ୍ରା ଗ୍ରହଣ କରୁଥିବା ଅଭିଯୋଗ ହୋଇଛି ।
ଡେଲି ମେଲ୍ର ରିପୋର୍ଟ ଅନୁସାରେ ଏହି ମାସରେ ଚୀନ୍ର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଝାଙ୍ଗ ନାମକ ବ୍ୟକ୍ତିଙ୍କ ଘରେ ଚଢଉ କରାଯାଇଥିଲା । ଏଥିରେ ଅନେକ ସନ୍ଦିଗ୍ଧ ଜିନିଷ ଜବତ ହୋଇଥିଲା । ଏହାର ଭିଡିଓକୁ ଚୀନ୍ ନିଷେଧ ବା ବ୍ୟାନ କରି ଦେଇଛି ।
wp:core-embed/twitter {"url":"https://twitter.com/h1300062810/status/1176544309665030144","type":"rich","providerNameSlug":"twitter","className":""} /wp:core-embed/twitter
ଝାଙ୍ଗଙ୍କ ବୟସ ୫୮ ବର୍ଷ । ସେ ଚୀନ୍ର ହୈନାନ୍ ପ୍ରଦେଶର ମୁଖ୍ୟ ପଦରେ ରହିଥିଲେ । କେତକ ଅଭିଯୋଗ ପରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା । ତାଙ୍କୁ କେତକ ବିଳାସପୂର୍ଣ୍ଣ ଅଟ୍ଟାଳିକା ଲାଞ୍ଚ ସ୍ୱରୂପ ମିଳିଛି ।
ତାଙ୍କ ଉପରେ ଏହି ଅଭିଯୋଗ ପ୍ରମାଣିତ ହେଲେ ସେ ଚୀନ୍ର ସବୁଠାରୁ ଧନୀ ବ୍ୟକ୍ତି ଜାକ୍ମାଙ୍କ ଠାରୁ ଅଧିକ ଧନ ରଖିଥିବା ବ୍ୟକ୍ତ ବନିଯିବେ ।ଏବେ ଝାଙ୍ଗଙ୍କୁ ଅଟକ ରଖାଯାଇଛି ।