ଗଜପତିରେ ଭିଜିଲାନ୍ସ ଜାଲରେ ଦୁଇ କନଷ୍ଟେବଳ
29/08/2018 at 1:16 AM

ଗଜପତି ୨୯/୮:ଗଜପତି ପାରଳାଖେମୁଣ୍ଡିର ଦୁଇ କନଷ୍ଟେବଲ ରଞ୍ଜିତ ଲିମା ଓ ତନୁଜ ସାବତ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ରଞ୍ଜିତ ଲିମା ହେଉଛନ୍ତି କନଷ୍ଟେବଲ ମହାସଂଘର ସଭାପତି । ଦୁହିଁଙ୍କ ପାରଳାଖେମୁଣ୍ଡିସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ଚାଲିଛି ।