ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର, ୨ଲୁଟେରା ଗିରଫ୍
18/08/2018 at 9:27 AM

କେନ୍ଦୁଝର୧୮/୮: ବଡ଼ବିଲ ପୋଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଲକ୍ଷାଧତ୍କ ଟଙ୍କାର ସାମଗ୍ରୀ ଉଦ୍ଧାର କରିଛି । ଗିରଫ ୨ଜଣ ହେଲେ, ବଡ଼ବିଲ ଗାଡ଼ହଟିଂ ଅଂଚଳର ମନୋଜ ରାଜପୁତ ଓ ସନ୍ଦୀପ କାଣ୍ଡୁଲାନା । ପୋଲିସ ଏମାନଙ୍କ ନିକଟରୁ ୩ଟି ଟ୍ରକ ଟାୟାର, ୩ଟି ଏଲ୍ଇଡି ଟିଭି, ୧୩ଟି ମୋବାଇଲ ଫୋନ୍, ୨ଟି କ୍ୟାମେରା ସମେତ ଅନ୍ୟାନ୍ୟ ଜିନିଷ ଜବତ୍ କରିଛି । ଗତ କିଛି ଦିନ ହେବ ଏମାନେ ବଡ଼ବିଲର ବିଭିନ୍ନ ଅଂଚଳରେ ଚୋରି ଓ ଲୁଟ ଭଳି ଘଟଣା ଭିଆଇ ଚାଲିଥିଲେ । ଏମାନଙ୍କ ନାଁରେ ୩ଟି କେସ୍ ରହିଥିବା ପୋଲିସ କହିଛି ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021