ନବୀନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ ମେ ୨୯: ୨୦୧୨ ମେ ୨୯ ତାରିଖରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ହୋଇଥିଲା ମିଡନାଇଟ ଅପରେସନ, ସେହିଦିନ କରିବେ ଶପଥ ପାଠ

Published By : Prameya-News7 Bureau | May 26, 2019 IST

ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ପାଖରେ ଦାବି କଲେ ନବୀନ । ନବ ନିର୍ବାଚିତ ବିଧାୟକ ଦଳ ବୈଠକରେ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିବା ପରେ ନବୀନ ରାଜ୍ୟପାଳଙ୍କୁ ଭେଟିଥିଲେ । ଆସନ୍ତା ୨୯ ତାରିଖରେ ନବୀନ ନୂଆ ଟିମ ଶପଥ ନେବେ । ଏପଟେ ବିଜେଡି ସବୁ ଚ୍ୟାଲେଞ୍ଜକୁ ଟକର ସରାକରଙ୍କୁ ଫେରିବଥିବାରୁ ବିଧାୟକ ମାନଙ୍କ ଭିତରେ ବେଶ ଉତ୍ସାହ ପରିଲିଖିତ ହୋଇଥିଲା… 

{"id":116284}

ସରାକର ଗଠନ ପାଇଁ ଦାବି କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଭେଟି ନବୀନ ଦାବି ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ନବନିର୍ବାଚିତ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା । ବିଧାୟକ ବିକ୍ରମ କେଶରୀ ଆରୁଖ ନବୀନଙ୍କ ନାଁ ପ୍ରସ୍ତାବ ରଖିଥିବା ବେଳେ ୧୨ ମହିଳା ବିଧାୟକ ଏହାକୁ ସମର୍ଥନ କରିଥିଲେ ।

{"id":116285}

ଆସନ୍ତା ୨୯ ତାରିଖରେ ନବୀନ ଓ ନୂଆ ଟିମ ନେବ ଶପଥ ।  ମେ ୨୯ । ନବୀନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନଟି । ୨୦୧୨ ମେ ୨୯ ତାରିଖରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ହୋଇଥିଲା ମିଡନାଇଟ ଅପରେସନ । ସେ ତ ଗାଦିଚ୍ୟୁତ ହୋଇନାହାନ୍ତି କିନ୍ତୁ ଯେଉଁମାନେ ତାଙ୍କ ବିରୋଧରେ ଯାଇଛନ୍ତି ସେମାନେ ଲାଇନଚ୍ୟୁତ ହୋଇଛନ୍ତି ।

{"id":116287}

୭ ବର୍ଷ ପରେ ନବୀନ ପଞ୍ଚମ ପାଳି ଆରମ୍ଭ କରିବେ ସେହି ମେ ୨୯ ତାରିଖରେ । ଖୋଲା ଆକାଶ ତଳେ ପ୍ରଦର୍ଶନୀ ପଡିଆରେ ହେବ ଶପଥ ଗ୍ରହଣ ଉତ୍ସବ । ଏଥିପାଇଁ ସୁରକ୍ଷା ଠାରୁ ଆରମ୍ଭ କରି ସମସ୍ତ ଆୟୋଜନ ଚାଲିଛି ।

{"id":116286}

ପ୍ରଥମ ଥର ପାଇଁ ନବୀନ ରାଜଭବନ ବାହାରେ ଶପଥ ପାଠ କରିବେ । ଏଥିରେ ୫ ହଜାର ଲୋକ ଯୋଗ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.