ଶୁକ୍ରବାର, ୨୯ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | January 28, 2021 IST

ମେଷ – ଆଜିର ଏକାଦଶ ଚନ୍ଦ୍ର ସଙ୍ଗକୁ କର୍ମସ୍ଥଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ । ସ୍ୱାସ୍ଥ୍ୟ ସମ୍ୟା ସୁଧୁରିଯିବ କିନ୍ତୁ ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିରତା ରହି ନ ପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖୀ ହେବେ ।

ବୃଷ – ତୃତୀୟାଧିପ ସ୍ୱଗୃହରୁ ଅଷ୍ଟମସ୍ଥ ହେତୁ ସମ୍ପର୍କୀୟମାନେ ବିରୁଦ୍ଧାଚରନ କରିବେ । କର୍ମଭାବରେ ଶୁଭତ୍ୱ କାର୍ଯ୍ୟ ସାଧନରେ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖୀ ହେବେ ।

ମିଥୁନ - ଧନାଧିପ ଭାଗ୍ୟସ୍ଥ ହେତୁ ଅର୍ଥଲାଭର ସୁଯୋଗ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ଝମେଲା ଅଧିକ ବଢି ଯାଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

କର୍କଟ – ଆଜି ଅଷ୍ଟମଚନ୍ଦ୍ର କଳହ ସନ୍ତାନଙ୍କ ଦ୍ୱାରା ସମାଧାନ ହୋଇପାରିବ । ଟଙ୍କା ପଇସାର ଅଭାବ ଓ ଧାର କରଜ ହେତୁ ମନ ବିବ୍ରତ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ସିଂହ – ପାରିବାରିକ କଳହ ସନ୍ତାନଙ୍କ ଦ୍ୱାରା ସମାଧାନ ହୋଇପାରିବ । ଆଜି ଅଷ୍ଟମଚନ୍ଦ୍ର ଆପଣଙ୍କୁ ଅନ୍ୟମନସ୍କ କରାଇପାରେ । ମାନସିକ ସ୍ଥିତି ଠିକ୍ ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

କନ୍ୟା – କେତୁଙ୍କ କୁପ୍ରଭାବରୁ କୌଣସି ଅପରିଚିତ ଲୋକ ମିତ୍ରତା ଛଳରେ ପାଖେଇ ଆସିପାରେ । ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ ସହ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।

ତୁଳା – ଗୁରୁକ୍ଷେତ୍ରସ୍ଥ ଶୁକ୍ର ନୂତନ କର୍ମାରମ୍ଭ ପାଇଁ ଆପଣଙ୍କୁ ଅନୁପ୍ରେରିତ କରିବ । ଅବହେଳାଜନିତ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – ଆଜିର ଚତୁର୍ଥଚନ୍ଦ୍ରଜନିତ ବିଭିନ୍ନ ପ୍ରକାରର ସମସ୍ୟାରେ ପଡି ବିରସ ମନରେ ରହିବାକୁ ପଡିପାରେ । କୌଣସି ସାଧାରଣ ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭ ଅଙ୍କ ପିଚ୍ । ଶୁଭ ଅଙ୍କ ୫ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ଧନୁ – ଶୁକ୍ରଙ୍କ ସୁପ୍ରଭାବରୁ ହସଖୁସିରେ ସମୟ ଅତିବାହିତ ହେବା ସଙ୍ଗକୁ ମନୋରଞ୍ଜନର ମଉକା ମିଳିପାରେ । ମନ ଅଶାନ୍ତ ରହିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ମକର – ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରି ଶାରୀରିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରନ୍ତି । ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।

କୁମ୍ଭ - ଆଜି ଷଷ୍ଠାଧିପ ରାଶିରେ ସ୍ୱାସ୍ଥ୍ୟହାନି, ଶତ୍ରୁତା କିମ୍ବା ଋଣବୋଝରୁ ମନ ଦୋଦୁଲ୍ୟମାନ ରହିବ । ପୂର୍ବାଷାଢା ନକ୍ଷତ୍ର ଯୁଆଡେ ଯାଆନ୍ତୁ ସଫଳତା ଅବଶ୍ୟ ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ମୀନ - ଦ୍ୱିତୀୟସ୍ଥ ମଙ୍ଗଳ ହେତୁ ଟିକିଏ କଥାରେ ରାଗି କାହାକୁ କିଛି କହି ଦେବା ସମସ୍ୟାର କାରଣ ହୋଇପାରେ । ଆନୁଷ୍ଠାନିକ କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.