Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୯୮୦ ଆକ୍ରାନ୍ତ, କଟକରୁ ସର୍ବାଧିକ

4/09/2020 at 8:26 PM

ଭୁବନେଶ୍ଵର ୦୪।୦୯: ରାଜ୍ୟରେ ସେପ୍ଟେମ୍ବରର ଆରମ୍ଭରୁ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଗତ ତିନି ଦିନ ହେବ ପ୍ରତ୍ୟେକ ଦିନ ୩୦୦୦ ରୁ ଉର୍ଦ୍ଧ୍ଵ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହି ପରି ଆଶ୍ଵସ୍ତିକର ଖବର ଏହା ଯେ ଆକ୍ରାନ୍ତଙ୍କ ସହ ତାଳ ଦେଇ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୮୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୯୦,୩୩୧କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ କରି ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ କଟକ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ସର୍ବାଧିକ ୬୫୪ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ସଂକ୍ରମଣରେ ନୂତନ ରେକର୍ଡ କରୁଥିବା ଖୋର୍ଦ୍ଧା ଜିଲ୍ଲାରେ ୨୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ଗଞ୍ଜାମ ଜିଲ୍ଲାରୁ ୨୧୨, ମୟୂରଭଞ୍ଜରୁ ୨୦୭, ସମ୍ଵଲପୁରରୁ ୧୩୩, ବଲାଙ୍ଗିରରୁ ୧୨୬, ନୟାଗଡରୁ ୧୧୪, ପୁରୀରୁ ୧୧୪, ବାଲେଶ୍ଵରରୁ ୧୧୧, କୋରାପୁଟରୁ ୧୦୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି କେନ୍ଦ୍ରାପଡାରୁ ୯୧, ବରଗଡରୁ ୮୭, ଅନୁଗୁଳରୁ ୮୦, କେନ୍ଦୁଝରରୁ ୮୦, ରାୟଗଡାରୁ ୭୬, ଢେଙ୍କାନାଳରୁ ୭୫, ସୁନ୍ଦରଗଡରୁ ୬୮, ଝାରସୁଗୁଡାରୁ ୬୭, ଭଦ୍ରକରୁ ୬୪, ମାଲକାନଗିରିରୁ ୬୧, ଜଗତସିଂହପୁରରୁ ୩୮, ନୂଆପଡାରୁ ୩୭, କନ୍ଧମାଳରୁ ୩୩, ଗଜପତିରୁ ୨୫, ନବରଙ୍ଗପୁରରୁ ୨୧, ଯାଜପୁରରୁ ୨୦, କଳାହାଣ୍ଡିରୁ ୧୦, ଦେବଗଡରୁ ୫ ଓ ସୋନପୁରରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ୩୨୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ରେ ପହଞ୍ଚିଛି। ସେହି ପରି ୯ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ଘଟିଛି। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୯୦,୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

   Related Posts