୧୨୫ଦିନ ପରେ କରୋନା ସଂକ୍ରମଣରେ ବଡଧରଣର ହ୍ରାସ, ଦେଶର ଗତ ୨୪ଘଣ୍ଟାରେ ୨୯୧୬୪ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭।୧୧: ଦେଶରେ କରୋନା ଭାଇରସର ଦୈନିକ ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ହ୍ରାସ ପାଇଛି । ଦୀର୍ଘ ୧୨୫ ଦିନ ପରେ ସଂକ୍ରମଣ ସଂଖ୍ୟା ଏତେ ମାତ୍ରାରେ କମିଛି । ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସର ୨୯,୧୬୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ଜୁଲାଇ ୧୪ରେ ଏହାଠାରୁ କମ୍‌ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେତିକି ବେଳେ ୨୯,୯୧୭ଜଣ ସଂକ୍ରମିତ  ଚିହ୍ନଟ ହୋଇଥିଲେ । ସେହିପରି ଦେଶରେ ଭାଇରସରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରନ୍ତଙ୍କ ସଂଖ୍ୟା ୮୮,୭୪,୨୯୧ରେ ପହଞ୍ଚିଛି । ସେହିପରି ଦେଶରେ ଆକ୍ଟିଭ୍‌ କେସ୍ ସଂଖ୍ୟା ୫ଲକ୍ଷ ତଳେ ରହିଛି । ବର୍ତ୍ତମାନ ଦେଶରେ କରୋନା ଭାଇରସର ଆକ୍ଟିଭ୍‌ କେସ୍‌ ୪,୫୩,୪୦୧ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଦ୍ୟରେ ଏହି ସଂଖ୍ୟା ୧୨,୦୭୭ କମିଛି ।

ରିପୋର୍ଟ ଅନୁସାରେ , ଦେଶରେ ସଂକ୍ରମଣ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୮୨ଲକ୍ଷ ପାର୍‌ ହୋଇ ଏହି ସଂଖ୍ୟା ୮୨,୯୦,୩୭୧ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୦,୭୯୧ଜଣ କରୋନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୩୦,୫୧୯ରେ ପହଞ୍ଚିଛି । ତେବେ ଦେଖିବାକୁ ଗଲେ ଭାରତ କରୋନା ବିରୋଧୀ ଲଢଏଇକୁ ଦୃଢତାର ସହ ଲଢିଛି । ଏଦିଗରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.