ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୯୦ କରୋନା ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ ୯୯
5/07/2020 at 4:45 PM

ଭୁବନେଶ୍ୱର, ୦୫|୦୭: ରବିବାର ରାଜ୍ୟରେ ଆଉ ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ରାଜ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ମୋଟ୍ ୬୨୨୪ଜଣ ଆରୋଗ୍ୟ ଲାଭ କଲେଣି ।
16 from Cuttack
— H & FW Dept Odisha (@HFWOdisha) July 5, 2020
16 from Nabarangpur
15 from Balasore
11 from Sambalpur
10 from Khurdha
8 from Mayurbhanj
6 from Keonjhar
6 from Puri
5 from Jagatsinghpur
3 from Nayagarh
2 each from Baragarh and Koraput
1 each from Jajpur and Sundergarh
(2/2)
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୯୯ଜଣ ଥିବା ବେଳେ ଗଜପତିରୁ ୫୬, ଝରସୁଗୁଡାରୁ ୩୩, କଟକରୁ ୧୬ ଓ ନବରଙ୍ଗପୁରରୁ ୧୬ଜଣ ରହିଛନ୍ତି । ସେହିପରି ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଧାରୁ ୧୦, ମୟୂରଭଞ୍ଜରୁ ୮, କେଉଁଝରରୁ ୬, ପୁରୀରୁ ୬ ଓ ଜଗତସିଂପୁରରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ନୟାଗଡରୁ ୩, ବରଗଡ ଓ କୋରାପୁଟରୁ ୨ ଜଣ ଲେଖାଏଁ ଓ ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୭୦ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୫୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।