Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିନକୁ ବିତରଣ କରନ୍ତି ୫୦-୬୦ ଗ୍ୟାସ୍ ସିଲିଣ୍ଡର, ଡେଲିଭରୀ ବୟ ଏବେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ : ଭାଇରାଲ ହେଉଛି ଫଟୋ

1/07/2021 at 7:51 PM

ମୁମ୍ବାଇ ୦୧/୦୭ : ଶରୀରର ସୁନ୍ଦରତା ତଥା ଫିଟ୍ ରଖିବା ପାଇଁ ଆମେ ପ୍ରତିଦିନ ବିଭିନ୍ନ ବ୍ୟାୟାମ କରିଥାନ୍ତି । ଏଥିପାଇଁ ଖୁବ ପରିଶ୍ରମ ମଧ୍ୟ କରିବାକୁ ପଡେ । କିନ୍ତୁ ଅମ୍ବରନାଥର ଜଣେ ୨୯ ବର୍ଷିୟ ମ୍ୟାସ୍ ସିଲିଣ୍ଡର ଡେଲିଭରୀ ଯୁବକ ନିଆରା ଶୈଳିରେ ତାଙ୍କର ଶରୀରକୁ ଫିଟ୍ ରଖିଛନ୍ତି । ତାଙ୍କ ବଫ୍ ଫିଜିକ୍ ଏବଂ ବଗିଙ୍ଗ୍ ବାଇସେପ୍ସ ପାଇଁ ସେ  ଏବେ ଚର୍ଚ୍ଚାରେ ରହିଛନ୍ତି । ଯୁବକ ଜଣକ ହେଉଛନ୍ତି ସାଗର ଯାଦବ ଏବଂ ସେ ଏକ ଗ୍ୟାସ୍ ଏଜେନ୍ସିରେ କାମ କରନ୍ତି । ତାଙ୍କର ବର୍ତ୍ତମାନର ଫଟୋ ଏବଂ କିଛି ବର୍ଷ ପୂର୍ବର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  

ସାଗର ମାତ୍ର ୧୭ ବର୍ଷ ବୟସରୁ ଗ୍ୟାସ୍ ଏଜେନ୍ସି ସହିତ କାମ କରୁଛନ୍ତି । ଦିନକୁ ୫୦ ରୁ ୬୦ ସିଲିଣ୍ଡର ବିତରଣ କରନ୍ତି। ତଥାପି ସେ ନିଜକୁ ଫିଟ୍ ରଖଛନ୍ତି ଏବଂ କେବେ ଥକନ୍ତି ନାହିଁ । ନିକଟରେ ଜଣେ ଜନସମ୍ପର୍କ ଅଧିକାରୀ ତୁଷାର ଭାମ୍ରେ ବଜାରକୁ ଯାଇ ସାଗରଙ୍କୁ ଏକ ସିଲିଣ୍ଡର ଭ୍ୟାନ ଉପରେ ଛିଡା ହୋଇଥିବା ଦେଖିଥିଲେ। ଭାମ୍ରେ କହିଛନ୍ତି, “ମୁଁ ମୋ କାରରେ ବସିଥିଲି ସେତେବେଳେ ମୁଁ ସାଗରଙ୍କୁ ଦେଖିଥିଲି ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏହା ସହିତ ତାଙ୍କୁ ନଜଣାଇ ଏକ ଫଟୋ ମଧ୍ୟ ଉଠାଇଥିଲି । ପରେ ଏହାକୁ ଫେସବୁକରେ ଫଟୋ ପୋଷ୍ଟ କରିଥିଲି । ଏହାପରେ ସାଗରଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା ।”

ପରେ ଜାଣିବାକୁ ମିଳିଥିଲା କି ସାଗର ପିଲା ଦିନରୁ ଅନାଥ ଓ ସେ ଭାରି ଲାଜୁଆ ସ୍ବଭାଵର ବ୍ୟକ୍ତିତ୍ବ । ତାଙ୍କ ବଡ ଭାଇ ମଧ୍ୟ ପେଟ୍ରୋଲିୟମ ଗ୍ୟାସ୍ (LPG) ଏଜେନ୍ସିରେ କାମ କରନ୍ତି | ଯାଦବ  ଅଢେଇ ବର୍ଷ ପୂର୍ବେ ବିବାହ କରିଥିଲେ। ଯେତେବେଳେ ସେ କାମ ଆରମ୍ଭ କରିଥଇଲେ ଖୁବ ପତଳା ଥିଲେ । ଫିଟନେସ୍ ପ୍ରତି ଆଗ୍ରହ ଦେଖାଉଥିଲେ । ପତାଙ୍କୁ ଗ୍ୟାସ ବିତରଣ ଦାୟିତ୍ବ ମିଳିବା ପରେ ସେ ଏହାକୁ ଖୁବ ନିଷ୍ଠାର ସହ ତୁଲାଇଥିଲେ ଏବଂ ଏହା ଦ୍ବାରା ତାଙ୍କ ଶରୀରର ଫିଟ୍‌ନେସ୍‌ ମଧ୍ୟ ଆସିଯାଇଛି ।  

ଯେତେବେଳେ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ, ତାଙ୍କର ଓଜନ ଥିଲା ୪୫  କିଲୋଗ୍ରାମ । ସେ ଅତ୍ୟନ୍ତ ପତଳା ଥିବାରୁ ସିଲିଣ୍ଡର ବିତରଣ କରିବା ପରିବର୍ତ୍ତେ ଡେସ୍କ କାମ କରିଥିଲେ । କିନ୍ତୁ ଗ୍ୟାସ ବିତରଣ କଲେ ଅଧିକ ଟଙ୍କା ମିଳୁଥିବାରୁ ସାଗର ବୁଲିବୁଲି ବିତରଣ କାମ କରିବାକୁ କହିଲେ । ପ୍ରଥମେ ପ୍ରଥମେ କଷ୍ଟ ହେଉଥିଲେ ସୁଦ୍ଧା ପରେ ସବୁ ସ୍ବାଭାବିକ ହୋଇଯାଇଥିଲା । ଏହା ସହିତ ଡ୍ୟୁଟିରୁ ଆସିବା ପରେ ଜିମରେ ମଧ୍ୟ ୨ଘଣ୍ଟା ପରିଶ୍ରମ କରନ୍ତି ସାଗର ।

   Related Posts