Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

୩ଟି ହୋଟେଲ ଉପରେ ଚଢଉ: ଅସଂଜତ ଅବସ୍ଥାରେ ଧରା ପଡିଲେ ୨୯ ଯୁବତୀ ଓ କିଶୋରୀଙ୍କ ସମେତ ୨୭ ଗ୍ରାହକ

18/06/2019 at 11:59 AM

କୋତୱାଲି୧୮|୬: ଏଠାର ଷ୍ଟେଶନରୋଡରେ ଥିବା ହୋଟେଲ ଗୁଡିକରେ ପୋଲିସ ଚଢଉ କରିଥିଲା। ଚଢଉ ହେବା ପରେ ସେଠାରୁ ୨୯ ଜଣ ଯୁବତୀ ଓ ୨୭ ଜଣ ପୁରୁଷ ଅସଂଜତ ଅବସ୍ଥାରେ ଧରା ପଡିଥିଲେ । ଯୁବତୀଙ୍କମଧ୍ୟରେ ଅନେକ ନାବାଳିକା ଥିଲେ। ପୋଲିସ ହୋଟେଲର ୪ଜଣ କର୍ମଚାରୀଙ୍କୁ ମଧ୍ୟ ଗିରଫ କରିଛି। ସମସ୍ତଙ୍କୁ କୋତୱାଲି ଥାନାକୁ ନେବା ପରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।  

ଏହି ହୋଟେଲଗୁଡିକରେ ଅନୈତିକ କାର୍ଯ୍ୟ ଚାଲିଥିବା ସୂଚନା ମିଳିଥିବା ଯୋଗୁଁ ପୋଲିସ ଚଢଉ କରିଥିଲା। ହୋଟେଲର ସବୁ ପ୍ରବେଶ ରାସ୍ତା ବନ୍ଦ କରିବା ପରେ ପୋଲିସ ପ୍ରତି ରୁମରେ ଛାନଭିନ କରିଥିଲା। ଗୋଟେ ହୋଟେଲରୁ ୮ ଜଣ, ଓ ଅନ୍ୟ ୨ହୋଟେଲରୁ ୧୧ ଯୁବତୀ ଧରା ପଡିଥିଲେ।

ହୋଟେଲର ୪ ଜଣ କର୍ମଚାରୀଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଥିଲା। ୩ ଘଣ୍ଟା ଯାଂଚ କରିବା ପରେ ଯୁବତୀମାନଙ୍କୁ କୋତୱାଲି ମହିଳାଥାନାକୁ ନିଆଯାଇଥିଲା। ଗିରଫ ହୋଇଥିବା ଯୁବତୀ ଓ ଗ୍ରାହକଙ୍କୁ ପୋଲିସ ପଚରାଉଚୁରା କରୁଛି।ନାବାଳିକା ଝିଅଙ୍କ ଘର ଲୋକେ ଆସିବା ପରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯିବ।

ଘରେ ନଜଣାଇ ଆସିଥିବା ଯୁବକ ଓ ଯୁବତୀ ପୋଲିସ ନିକଟରେ ତାଙ୍କୁ ଛାଡିଦେବା ପାଇଁ ଅନୁରୋଧ କରିଥିଲେ। ବାରମ୍ବାର ପୋଲିସକୁ କହୁଥିଲେ ଯେ, ସେମାନେ ଆଉ ସେ ଭୁଲ କରିବେନି। କିନ୍ତୁ ପୋଲିସ ତା କାମ ଭଲ ଭାବେ କରି ସେମାନଙ୍କୁ ହାଜତକୁ ନେଇଥିଲା।

ଷ୍ଟେଶନ ନିକଟରେ ଥିବା ଅଧିକାଂଶ ହୋଟେଲରେ ଏହି ଧନ୍ଦା ଚାଲିଥିଲା। ଏହା ପୂର୍ବରୁ ମଧ୍ୟ ଚଢଉ ହେବା ସମୟରେ ଅନେକ ଗିରଫ ହୋଇଥିଲେ। ଫଳରେ ପୋଲିସ ଡରରେ କିଛି ଦିନ ଯାଏଁ ଧନ୍ଦା ବନ୍ଦ ହୋଇଥିଲା, କିନ୍ତୁ ପୁଣି ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକେ ଏଠାରେ ଧନ୍ଦା ଚାଲିଥିବା ନେଇ ଅଭିଯୋଗ କରିଆସୁଥିଲେ ମଧ୍ୟ ପୋଲିସ ଗୁରୁତ୍ବ ଦେଇନଥିଲା। ଏଥିପାଇଁ ହୋଟେଲ କର୍ମଚାରୀଙ୍କ ସାହାସ ବଢିଯାଇଥିଲା ।

ଏଥର କିନ୍ତୁ ଲୋକେ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ।ତେଣୁ ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଏହି ହୋଟେଲ ଗୁଡିକରେ ଚଢଉ କରିଥିଲା। ଧରା ପଡିଥିବା ଯୁବତୀଙ୍କ ମଧ୍ୟରୁ ଜଣଙ୍କର ୨ ଦିନ ପରେ ବିବାହ ହେବାକୁ ଥିଲା। ବିବାହ ପୂର୍ବରୁ ପ୍ରେମି ସହ ଭେଟିବାକୁ ଯାଇଥିଲା ଓ ସେଠାରେ ଧରା ପଡିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବିହାରରୁ ଆସୁଥିବା ଟ୍ରେନ୍‌ରୁ କିଛି ଯୁବତୀ ସ୍କୁଲ ଡ୍ରେସ ଓ ବ୍ୟାଗ୍‌ ଧରି ଆସନ୍ତି। କିନ୍ତୁ ସ୍କୁଲ ନଯାଇ ହୋଟେଲରେ ପ୍ରବେଶ କରନ୍ତି। ଦିନ ସାରା ହୋଟେଲରେ ରହି ରାତି ଟ୍ରେନରେ ଘରକୁ ଫେରନ୍ତି। ଏହା ସହ ଅଧିକାଂଶ ସ୍କୁଲ ଯିବା ଛାତ୍ର ଛାତ୍ରୀ ମଧ୍ୟ ଷ୍ଟେଶନ ଆଖପାଖରେ ଥିବା ହୋଟେଲକୁ ଯାଆନ୍ତି।

ବୟସ କମ ଥିଲେ ମଧ୍ୟ ହୋଟେଲରେ ଏଣ୍ଟ୍ରି ହେଉଥିଲା କାରଣ ହୋଟେଲ କର୍ମଚାରୀଙ୍କୁ ଟଙ୍କା ଦରକାର । ତେବେ ପୋଲିସ ଭଲ ଭାବେ ଏହି ଘଟଣାର ତଦନ୍ତ କରୁଛି। ଏହି ଧନ୍ଦାସହ ଜଡିତ ପ୍ରତ୍ୟେକ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।

   Related Posts