Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶାରୁ ପୁଲିସ ପଦକ ପାଇବେ ୨୯ଜଣ

14/08/2018 at 10:44 AM

ନୂଆଦିଲ୍ଲୀ ୧୪/୮ : ସ୍ୱାଧୀନତା ଦିବସ ଅବସରରେ ଓଡିଶାର ସମୁଦାୟ ୨୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ବିଭିନ୍ନ ବିଭାଗରେ କୃତିତ୍ୱ ପାଇଁ ପୁଲିସ ମେଡାଲ ପ୍ରଦାନ କରାଯିବ । ଏଥିମଧ୍ୟରୁ ସର୍ବଶ୍ରେଷ୍ଠ ସେବା ପାଇଁ ୪ ଜଣ ରାଷ୍ଟ୍ରପତି ପଦକ ପାଇବା ପାଇଁ ବିବେଚିତ ହୋଇଛନ୍ତି । ସାହସିକତା ପାଇଁ ୧୧ ଜଣ ପଦକ ପାଇବେ । ସେହିଭଳି ୧୪ଜଣ ପୁଲିସ ଉନ୍ନତମାନର ସେବା ପାଇଁ ପୁଲିସ ପଦକ ପାଇବେ । ବିଶେଷ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବା ଲାଗି ଯୋଗ୍ୟ ବିବେଚିତ ଅଧିକାରୀମାନେ ହେଲେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ରଥ, ଅର୍ଥନୈତିକ ଅପରାଧ ଶାଖାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି, କଟକ ଭିଜିଲାନ୍ସ ବିଭାଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରେମଶ ଚନ୍ଦ୍ର ନାୟକ ।
ସେହିଭଳି ସାହସିକତା ପାଇଁ ପୁଲିସ ପଦକ ପାଇବା ଲାଗି ଯୋଗ୍ୟ ବିବେଚିତ ୧୧ଜଣ ପୁଲିସ କର୍ମଚାରୀ ହେଲେ ଏଏସପି ନିରଞ୍ଜନ ସାହୁ, ସବ୍ ଇନ୍ସପେକ୍ଟର ଉମେଶ ଚନ୍ଦ୍ର ସିଂ, କନେଷ୍ଟବଳ ହରିବନ୍ଧୁ କିର୍ସାନି, କନେଷ୍ଟବଳ ଭୀଷ୍ମ କାରୁଆନ, କନେଷ୍ଟବଳ ସାମନ୍ତ ମାଝୀ, କନେଷ୍ଟବଳ ରାକେଶ କୁମାର ସ୍ବାଇଁ, କନେଷ୍ଟବଳ ଅଜୟ ବେହେରା, ସର୍ଜେଣ୍ଟ ଜ୍ୟୋତି କୁମାର କିରୋ, ଡେପୁଟି ସୁବେଦାର ସୌମ୍ୟରଞ୍ଜନ ଦାସ, କନେଷ୍ଟବଳ ଧନେଶ୍ବର ମାଝୀ, ହାବିଲଦାର ଭକ୍ତପ୍ରିୟ ସାହୁ ।
ଉନ୍ନତ ସେବା ପାଇଁ ପୁଲିସ ମେଡାଲ ପାଇବାକୁ ଥିବା ୧୪ଜଣ ଅଧିକାରୀ ହେଲେ ଛତ୍ରପୁରଠାରେ ଥିବା ଓଏସଏପି ଅଷ୍ଟମ ବାଟାଲିଅନର କମାଣ୍ଡାଣ୍ଟ ଉଦୟ କୁମାର ରଥ, କନ୍ଧମାଳଠାରେ ଥିବା ଆଇଆରବିଏନର କମାଣ୍ଡାଣ୍ଟ ଜବାହାର ମୋହନ ପଟେଲ, ଭଞ୍ଜନଗରଠାରେ ଥିବା ଆଇଆରବିଏନର କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଭୁବନେଶ୍ୱର ଏସଆଇଡବ୍ଲୁର ଆରକ୍ଷୀ ଅଧୀକ୍ଷକ କମାଣ୍ଡାଣ୍ଟ ଟଙ୍କଧର ପ୍ରଧାନ, ପୁଲିସ ଟ୍ରେନିଂ ପ୍ରତିଷ୍ଠାନର ଡିସିପି ବିଜୟ କୁମାର ସାହୁ, ସିଆଇଡିର ଏଏସପି ରାଧାବିନୋଦ ପାଣିଗ୍ରାହୀ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ଡିଏସପି ଉଦୟଭାନୁ ମିଶ୍ର, ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ଡିଏସପି ବୃନ୍ଦାବନ ଘଡେଇ, ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲ, ଭିଜିଲାନ୍ସ ବିଭାଗର ଭାରପ୍ରାପ୍ତ ଡିଏସପି ରବୀନ୍ଦ୍ର କୁମାର ପଣ୍ଡା, ସିଆଇଡିର ଏଏସଆଇ ମୋହିତ କୁମାର ମଲ୍ଲିକ, ଭିଜିଲାନ୍ସ ବିଭାଗର ଏଏସଆଇ ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ଓଏସଏପି ଷଷ୍ଠ ବାଟାଲିଅନର ହାବିଲଦାର ମେଜର ଅମୀୟ କୁମାର ରାଉତରାୟ, ପୁଲିସ ଟ୍ରେନିଂ ପ୍ରତିଷ୍ଠାନର କନେଷ୍ଟବଳ ସତ୍ୟବାଦୀ ମଲ୍ଲିକ ।

   Related Posts