Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ, ୨୯ ଜଣ ଓଏଏସ୍‌ ଅଧିକାରୀଙ୍କୁ ବଦଳି

31/08/2018 at 9:19 AM

ଭୁବନେଶ୍ୱର ୩୧/୮ : ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ।୨୯ ଜଣ ଓଏଏସ୍‌ ଅଧିକାରୀଙ୍କୁ ବଦଳି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁନ୍ଦରଗଡ଼ ତହସିଲଦାର ଅଞ୍ଜଲିନା ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ତହସିଲଦାର ଭାବେ ବଦଳି କରାଯାଇଛି । ରାଜସ୍ୱ ପର୍ସଦର ଅନୁଶାସନ ସଚିବ ଲତାଶ୍ରୀ ବାଗଙ୍କୁ ମୟୁରଭଞ୍ଜ ବଡ଼ସାହି ତଦସିଲଦାର ଭାବେ ବଦଳି କରାଯାଇଛି । ପୁରୀ ତହସିଲଦାର ପ୍ରବୀର କୁମାର ଖିଲାରଙ୍କୁ ସମ୍ୱଲପୁର କୁସୁମି ତହସିଲଦାର ଭାବେ ବଦଳି କରାଯାଇଛି । କଟକ ରାଜସ୍ୱ କମିଶନରଙ୍କ ଅନୁସଚିବ ନିବେଦିତା ବିଶ୍ୱାଳଙ୍କୁ ମୟୁରଭଞ୍ଜ ମୋରଡ଼ା ତହସିଲଦାର ଭାବେ ବଦଳି କରାଯାଇଛି । ଖଲିକୋଟ ତହସିଲଦାର ସରୋଜ କୁମାର ବେହେରାଙ୍କୁ ମୟୁରଭଞ୍ଜ ବିଷୋଇ ତହସିଲଦାର ଭାବେ ବଦଳି କରାଯାଇଛି । ହେମଗିରି ତହସିଲଦାର ଲଲାଟ କୁମାର ଲୁହାଙ୍କୁ ବଲାଙ୍ଗୀର ତହସିଲଦାର ଭାବେ ବଦଳି କରାଯାଇଛି । ନୀଳଗିରି ତହସିଲଦାର ମନୋରମା ଭୂୟାଁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତହସିଲଦାର ଭାବେ ବଦଳି କରାଯାଇଛି । ଭୋଗରାଇ ତହସିଲଦାର ରାମଚନ୍ଦ୍ର କିସ୍‌କୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ତହସିଲଦାର ଭାବେ ବଦଳି କରାଯାଇଛି । ବୌଦ୍ଧର ଡେପୁଟି କଲେକ୍ଟର ସୋନା ଟୁଡୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ତହସିଲଦାର ଭାବେ ବଦଳି କରାଯାଇଛି । ଦେବଗଡ଼ ଡେପୁଟି କଲେକ୍ଟର ଜୟଶ୍ରୀ ମଲ୍ଲିକଙ୍କୁ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ତହସିଲଦାର ଭାବେ ବଦଳି କରାଯାଇଛି । ସ୍ୱତନ୍ତ୍ର ସାର୍ଟିଫିକେଟ ଅଧିକାରୀ ଏଲୋରା ଭାରତୀ ଜେନାଙ୍କୁ କେନ୍ଦ୍ରାପଡ଼ା ଡେପୁଟୀ କଲେକ୍ଟର ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଡେପୁଟୀ କଲେକ୍ଟର ଲିପିକା ଦାସଙ୍କୁ ଅନୁଗୁଳ ଜିଲ୍ଲା କିଶୋର ନଗର ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ରାଜସ୍ୱ ପର୍ସଦର ଅନୁସଚିବ ଧରିତ୍ରୀ ମିଶ୍ରଙ୍କୁ ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ସୁନ୍ଦରଗଡ଼ ଡେପୁଟୀ କଲେକ୍ଟର ସୁମିତା ସିଂଙ୍କୁ ବରଗଡ଼ ଜିଲ୍ଲା ଭଟଲି ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ପାଇକମାଳ ବିଡିଓ ସରୋଜିନୀ ପ୍ରସନ୍ନ କୁଲୁଙ୍କୁ ବରଗଡ଼ ଜିଲ୍ଲା ପଦମପୁର ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ବାଲିଅନ୍ତାର ପୂର୍ବତନ ବିଡିଓ ଆରତୀ ସାହୁଙ୍କୁ ଭଦ୍ରକ ଧାମନଗର ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ପିପିଲି ତହସିଲଦାର ଶ୍ରୀଧର ବିଶ୍ୱାଳଙ୍କୁ ଗଜପତି ଜିଲ୍ଲା ଆର. ଉଦୟଗିରି ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । କଟକ ସର୍ଭେ ଏବଂ ମେପ୍ ପବ୍ଲିକେଶନ ଯୁଗ୍ମ ନିର୍ଦ୍ଦେଶକଙ୍କୁ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ଖଲିକୋଟ ତହସିଲଦାର ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଭୂ-ଅଧିକାରୀ ସୁସ୍ମିତା ବେହେରାଙ୍କୁ ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଡେପୁଟୀ କଲେକ୍ଟର ବିଷ୍ଣୁପ୍ରିୟା ସାହୁଙ୍କୁ ଚକବନ୍ଦି କମିଶନରଙ୍କ ଅଦାଲତର କୋର୍ଟ ଅଫିସର ଭାବେ ବଦଳି କରାଯାଇଛି । ବିଡିଏର ଅଲର୍ଟମେଣ୍ଟ୍ ଅଧିକାରୀ ମହେନ୍ଦ୍ର ପଣ୍ଡା ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର-ପୁରୀ ପରିବହନ ନିଗମର ଓଏସଡି ଦିପ୍ତି ମହାପାତ୍ରଙ୍କୁ କଟକ ଜିଲ୍ଲା ରଘୁନାଥପୁର ତହସିଲଦାର ଭାବେ ବଦଳି କରାଯାଇଛି । ଯାଜପୁର ଡେପୁଟୀ କଲେକ୍ଟର ମଞ୍ଜୁଲତା ମଲ୍ଲିକଙ୍କୁ ଯାଜପୁର ଜିଲ୍ଲା ବରୀ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି । ରୋଜିନା ଦାସଙ୍କୁ କାକଟପୁର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି କରାଯାଇଛି । ମହାକାଳପଡ଼ା ତହସିଲଦାର ନୀଳମାଧବ ଭୋଇଙ୍କୁ ଫୁଲବାଣୀ ତହସିଲଦାର ଭାବେ ବଦଳି କରାଯାଇଛି । ସୁନ୍ଦରଗଡ଼ର ଡେପୁଟୀ କଲେକ୍ଟର ଲୀନା କୁମାରୀ ଶାଶାଙ୍କୁ ସମ୍ୱଲପୁର ଜିଲ୍ଲା ରେଙ୍ଗାଲୀ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି । ଓଡ଼ଗାଁ ତହସିଲଦାର ସୁଧାକର ସାମନ୍ତରାୟଙ୍କୁ ପୁରୀ ଜିଲ୍ଲା ଗୋପ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ମୟୁରଭଞ୍ଜର ଡେପୁଟୀ କଲେକ୍ଟର ସଙ୍ଗୀତା ବେହେରାଙ୍କୁ କନ୍ଧମାଳ ଡେପୁଟୀ କଲେକ୍ଟର ଭାବେ ବଦଳି କରାଯାଇଛି ।

   Related Posts